Wednesday , October 4 2023
Breaking News
Home / ରାଜନୀତି / ଚଳିତ ରାଜ୍ୟ ବଜେଟ ଲୋକଭିମୁଖି ଏବଂ ସାମଗ୍ରିକ ଉନ୍ନତି ତ୍ୱରାନ୍ୱିତକାରୀ

ଚଳିତ ରାଜ୍ୟ ବଜେଟ ଲୋକଭିମୁଖି ଏବଂ ସାମଗ୍ରିକ ଉନ୍ନତି ତ୍ୱରାନ୍ୱିତକାରୀ

ଭୁବନେଶ୍ୱର,୨୮/୬/୨୦୧୯( ଓଡ଼ିଶା ସମାଚାର )-: ଚଳିତ ରାଜ୍ୟ ବଜେଟ ଲୋକଭିମୁଖି ଏବଂ ସାମଗ୍ରିକ ଉନ୍ନତି ତ୍ୱରାନ୍ୱିତକାରୀ । ଓଡ଼ିଶା ପ୍ରଗତିର ଯେଉଁସବୁ ମୌଳିକ କ୍ଷେତ୍ର ରହିଛି, ତାକୁ ଅଗ୍ରାଧିକାର ଦେବା ପାଇଁ ବଜେଟ ରେ ବିଶେଷ ବ୍ୟବସ୍ଥା କରାଯାଇଛି । କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧିକୁ ଯେଭଳି ଭାବରେ ପ୍ରାଧାନ୍ୟ ଦିଆଯାଇଛି ଏବଂ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଭଳି ବଜେଟ ରେ ବ୍ୟବସ୍ଥା କରାଯାଇଛି, ତାହା ନିଶ୍ଚିତ ରୂପେ ଓଡ଼ିଶାର କୃଷି କ୍ଷେତ୍ରକୁ ଏକ ନୂତନ ପର୍ଯ୍ୟାୟରେ ପହଂଚାଇବ । ଏହାସହିତ ମହିଳା ସଶକ୍ତିକରଣକୁ ସରକାର ମୂଳମନ୍ତ୍ର ଭାବେ ଗ୍ରହଣ କରି ଅଗ୍ରାଧିକାର ଦେଇ ଯେଉଁସବୁ କାର୍ଯ୍ୟ କରିଛନ୍ତି ଏବଂ ଆଗକୁ ଘୋଷଣା କରିଛନ୍ତି, ତା’ର ପରିପୂରଣ ନିମନ୍ତେ ବଜେଟ ରେ ସଂପୂର୍ଣ୍ଣ ସମର୍ଥନ ରହିଛି । ମୋଟାମୋଟି ଭାବରେ ଚଳିତ ବଜେଟ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମିଶନ ଶକ୍ତି, ସଡ଼କ, ସେତୁ, ରେଳ, ବନୀକରଣ ଓ ପର୍ଯ୍ୟଟନ, କୃଷି କ୍ଷେତ୍ରର ଉନ୍ନତି, କର୍ମ ନିଯୁକ୍ତି ସୃଷ୍ଟି, ଜଳସେଚନ, ସାମାଜିକ କ୍ଷେତ୍ର ଓ ପ୍ରଗତିର ବିଭିନ୍ନ କ୍ଷେତ୍ରକୁ ସକାରାତ୍ମକ ପ୍ରଭାବିତ କଲା ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିର କାର୍ଯ୍ୟକାରିତା ପାଇଁ ବଜେଟ ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *