ଜୟପାଟଣା,୨୮/୦୬/୨୦୧୯(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଭାଟିଗାଁ ଗ୍ରାମର ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ ଭୋଇ ଓ ଅଞ୍ଜନା ଭୋଇଙ୍କ ପାଖକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଲିପାରି ନାହିଁ । ଅନ୍ଧ ଅନ୍ଧୁଣୀଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡେବି ନାହିଁ । ନିଜର ପରିବାର ପୋଷଣ ପାଇଁ ଦ୍ୱାର ଦ୍ୱାର ଯାଇ ଭିକ ମାଗନ୍ତି । ଗତ କିଛିମାସ ତଲେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବ୍ଳକ ପ୍ରଶାସନ ତରଫରୁ ଏକ ଆଶା ବାଡି ଦେଇ ୨ ମାସ ମଧ୍ୟରେ ଆବାସ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଦୀର୍ଘ ୬ ମାସ ବିତିଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଘରଖଣ୍ଡେ ମିଲି ପାରିନାହିଁ । ଏ ସମ୍ପର୍କରେ କଲମପୁର ବିଡିଓ ହେମସାଗର ଭୋଇ ଦୃଷ୍ଟିହୀନ ଦମ୍ପତିଙ୍କୁ ଅତିଶୀଘ୍ର ବିଜୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର