ରଘୁନାଥପୁର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଉଜ୍ୱଳ ଓ ଉତ୍ଥାନ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ତାରପୁର ପଂଚାୟତ ଗୋକଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ପଂଚମ ରୁ ୧୦ ମ ପର୍ଯ୍ୟନ୍ତ ଅଭିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସର୍ବଶିକ୍ଷା ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଚାଲିଥିବା ଏହି ୪୦ ଦିନିଆ ଶିକ୍ଷା ଯୋଜନା ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ଛାତ୍ର ଛାତ୍ରୀମାନେ ଦୈନିକ ବିଦ୍ୟାଳୟକୁ ଆସିବା , ଘରେ ଅଭିଭାବକମାନେ ସେମାନଙ୍କ ଶିକ୍ଷା ପ୍ରତ୍ି ଯତ୍ନନେବା ପାଇଁ ପରାମର୍ଶ ଦିଆଯାଇଥିଲା । ଉପସ୍ଥିତ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଏହାଛଡ଼ା ବିଦ୍ୟାଳୟର ଭିତିଭୂମି , ବର୍ଷ ଋତୁରେ ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ଓ ଶିକ୍ଷା ସଚେତନତାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ସମାଚାର