Saturday , October 16 2021
Breaking News
Home / ବିଶେଷ / ଆନ୍ତର୍ଜାତିକ ନିଶାନିବାରଣ ଦିବସରେ  ବିଏମସି ର ପଦଯାତ୍ରା

ଆନ୍ତର୍ଜାତିକ ନିଶାନିବାରଣ ଦିବସରେ  ବିଏମସି ର ପଦଯାତ୍ରା

ଭୁବନେଶ୍ୱର, ୨୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ବିଏମସି  ପକ୍ଷରୁ ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ନିଶାକାରବାର ପ୍ରତିରୋଧ ଦିବସ ପାଳିତ ହୋଇଛି । ରାଜ୍ୟ ସରକାରଙ୍କର ଅବକାରୀ ବିଭାଗ ଓ ବିଏମସି ମିଳିତ ଆନୁକୂଲ୍ୟରେ ପାଳନ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେଇ ଏକ ପଦଯାତ୍ରାରେ ବାହାରି ବିଏମସି କାର୍ଯ୍ୟାଳୟ ଠାରୁ କଳ୍ପନା ଓ ରାଜମହଲ ଛକ ଦେଇ ମାଷ୍ଟର କ୍ୟାନଟିନ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଅବକାରୀ ବିଭାଗର କମିଶନର ଓ ସଚିବ ସୁଶିଲ୍ କୁମାର ଲେହାନି କହିଛନ୍ତି ଯେ, ସାରା ବିଶ୍ୱରେ ପ୍ରତିବର୍ଷ ଜୁନ୍ ୨୬କୁ ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ନିଶା କାରବାର ପ୍ରତିରୋଧ ଦିବସ ପାଳନ କରାଯାଉଛି । ଯାହା ପରୋକ୍ଷରେ ନିଶାର ଅବୈଧ କାରବାର ଏବଂ ଏହାର କୁ ପ୍ରଭାବ ରୋକିବାରେ ଆମର ଗୁରୁଦାୟିତ୍ୱକୁ ସୂଚାଉଛି । ତେବେ ଚଳିତ ବର୍ଷର ବାର୍ତାବହ ଭାବେ ‘ହେଲ୍ଥ ଫର୍ ଜଷ୍ଟିସ୍’ ଏବଂ ‘ଜଷ୍ଟିସ୍ ଫର୍ ହେଲ୍ଥ’ ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ଜାତିସଂଘ ଏହାକୁ ଗୁରୁତ୍ୱ ଦେଇଛି । ୟୁନାଇଟେଡ୍ ନେସନ୍ସର ଇକୋନୋମିକ ଆଣ୍ଡ ସୋସିଆଲ କାଉନ୍ସିଲ ଅଧିନରେ ଥିବା କମିଶନ୍ ଅଫ୍ ନାର୍କୋଟିକ୍ ଡ୍ରଗ୍ସ ଦ୍ୱାରା ଏହି ଦିବସର ଆୟୋଜନ କରାଯାଉଛି । ୨୦୦୯ ମସିହାରୁ ବିଶ୍ୱବ୍ୟାପୀ ଏହି ଦିବସ ଆୟୋଜିତ ହୋଇଆସୁଛି । ରାଜ୍ୟ ସୋସିଆଲ୍ ସିକ୍ୟୁରିଟି ଆଣ୍ଡ୍ ଏମ୍ପ।ୱାରମେଂଟ ଅଫ୍ ପର୍ସନ୍ସ ଉଇଥ୍ ଡିଜାବିଲିଟି(ଏସ୍ଏସ୍ଇପିଡି) ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଅବକାରୀ ବିଭାଗର କମିଶନର ସୁଶିଲ୍ କୁମାର ଲେହାନି ପ୍ରମୁଖ ନିଜନିଜର ଅଭିଭାଷଣ ରଖିଥିଲେ । ଅନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବିଏମ୍ସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ, ମୁଖ୍ୟବିତ ଅଧିକାରୀ ଲାବଣ୍ୟ ଶବର, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀ, ସଂଘମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *