Tuesday , February 7 2023
Breaking News
Home / ବିଶେଷ / ସମସ୍ୟା ସମାଧନ ଦାବିରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

ସମସ୍ୟା ସମାଧନ ଦାବିରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

କଟକ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଏସୟୁସିଆଇ(ସି) ପକ୍ଷରୁ କଟକ ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ମାଣ ଶ୍ରମିକ ପକ୍କା ଘର ତାଲିକାକୁ ଅବିଳମ୍ବେ ତଦନ୍ତ କରି ରିପୋର୍ଟ ପ୍ରଦାନ, କିଶୋରନଗର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା, ବେଂଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଶଯ୍ୟା ବ୍ୟବସ୍ଥା ସହ ନୂତନ ଗୃହ ନିର୍ମାଣ, ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅବିଳମ୍ବେ ପକ୍କାଘର, ବାର୍ଦ୍ଧକ୍ୟ ଭତା, ବିଧବା ଭତା ପ୍ରଦାନ, ପକ୍କାଘର ଓ ପାଇଖାନା ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ସମସ୍ତ ବକେୟା ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ସହିତ ସମ୍ପୂର୍ଣ୍ଣ କରିଥିବା ପାଇଖାନା ବାବଦ ଟଙ୍କା ପ୍ରଦାନ, ରାସନ କାର୍ଡରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅବିଳମ୍ବେ ରାସନ କାର୍ଡ ଯୋଗାଇ ଦେବା, ସଦର ଅଂଚଳର ବିଭିନ୍ନ ରାସ୍ତା ମରାମତି ତଥା ପକ୍କା କରିବା, କିଶୋରନଗର ଠାରେ କୃଷି ଓ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ଖୋଲିବା, କିଶୋରନଗର ପଂଚାୟତର ଗରାଶୁଣୀଠାରେ ନିର୍ମାଣାଧୀନ ବୋରିଂକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ଅଚଳ ହେଇଥିବା ପ୍ରହରାଜପୁର ପମ୍ପ ହାଉସର ମଟର ଓ ପାଇପ୍ ଲାଇନ୍କୁ ମରାମତି କରି ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା କରିବା, ଫାନି କ୍ଷୟକ୍ଷତିର ଠିକ ଆକଳନ କରି ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ଫାନି କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ମାଗଣାରେ ସାର, ବିହନ ଓ କୀଟନାଶକ ଯୋଗାଇଦେବା ଦାବିରେ ଏହି ବିକ୍ଷୋଭ କରାଯାଇଥିଲା । ଏସ୍ୟୁସିଆଇ (ସି) କଟକ ଜିଲ୍ଲା କମିଟି ସମ୍ପାଦକ କମ୍ରେଡ ବିଶ୍ୱାବସୁ ଦାସ, ବିଶିଷ୍ଟ ସମାଜସେବୀ ଶେଖ୍ ଫିରଦୋଷ ଅଲ୍ଲୀ, କଟକ ଜିଲ୍ଲା କମିଟି ସଭ୍ୟ କମ୍ରେଡ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ଦୀପକ ଦାସ, ଭାଗ୍ୟରବି ଦାସ, ଯୁବନେତା ପାଭେଲ ପ୍ରିୟଦର୍ଶନ, ଶରତ ବେହେରା, ଭାଗୀରଥି ଭୋଇ, ନିରାକାର ନାୟକ, ରଣଜିତ ସାହୁ, ମାନଗୋବିନ୍ଦ ପଣ୍ଡା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ବିକ୍ଷୋଭ ସ୍ଥଳରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଗଣଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.