Saturday , October 16 2021
Breaking News
Home / ବିଶେଷ / ଶାରଦା-ବଳଭଦ୍ରପୁର ୪ସି କେନାଲବନ୍ଧ ରାସ୍ତା ଶୋଚନୀୟ

ଶାରଦା-ବଳଭଦ୍ରପୁର ୪ସି କେନାଲବନ୍ଧ ରାସ୍ତା ଶୋଚନୀୟ

ସାଲେପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲାରେ ସାଲେପୁର ବ୍ଲକ୍ରେ ଏପରି ଗ୍ରାମ ଅଛି, ଦେଶ ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷାଦିନେ ଚାରିଚକିଆ ଯାନ ଚାଲିବା ତ ଦୂରର କଥା ଲୋକମାନେ ସାଇକେଲ୍ କାନ୍ଧରେ ବୋହି ରାସ୍ତା ପାର୍ ହେବାର ନଜିର ମଧ୍ୟ ରହିଛି । ମୌସୁମୀର ପ୍ରଥମ ବର୍ଷାରେ ଉକ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସ୍କୁଲ ଗାଡ଼ିଠାରୁ ଆରମ୍ଭ କରି ଅତି ଆବଶ୍ୟକୀୟ ଯାନବାହନ ଉକ୍ତ ରାସ୍ତା ଦେଇ ଯାତାୟତ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ ଅନ୍ତର୍ଗତ ମହଣ ପଂଚାୟତର ୪ନଂ ସି. କେନାଲବନ୍ଧ ରାସ୍ତା ପ୍ରଥମ ମୌସୁମୀ ବର୍ଷା ହେଲାପରେ ଶାରଦା ୟୁ.ପି. ସ୍କୁଲ ଠାରୁ ବଳଭଦ୍ରପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାବେଳେ ରାସ୍ତାଟି କାଦୁଅରେ ପଚପଚ ହୋଇପଡିଛି । ଦେଶ ସ୍ୱାଧୀନ ହେଲାଦିନଠାରୁ ଏହି ରାସ୍ତାରେ ନାଲିଗୋଡ଼ି ମୁଠା ପଡିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଖରା ଓ ଶୀତ ଦିନେ ଲୋକମାନେ ଯେନ ତେନ ପ୍ରକାରେ ଏହି ରାସ୍ତାରେ ଯାତାୟତ କରିଥାନ୍ତି । କିନ୍ତୁ ବର୍ଷା ଦିନେ ଏହି ରାସ୍ାରେ ଖାଲିପାଦରେ ଯିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏହି ରାସ୍ତା ଉପରେ ୪ଟି ପଂଚାୟତର ପ୍ରାୟ ୨୦ଟି ଗ୍ରାମର ଜନସାଧାରଣ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ବର୍ଷାଦିନେ ଯଦି କୌଣସି ଲୋକ ରୋଗାଗ୍ରସ୍ତ ହେଲା ତେବେ ଡାକ୍ତରଖାନାକୁ ନେବା ସମ୍ଭବ ହୋଇପାରୁନାହିଁ । ଏହି ଗ୍ରାମର ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବାପାଇଁ ବର୍ଷାଦିନେ ପିଲାମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଖାଲଖମାରେ ଭର୍ତି ଥିବା ଏହି କେନାଲବନ୍ଧ ରାସ୍ତାକୁ ତୁରନ୍ତ ମରାମତି କରିବାପାଇଁ ଦାବି କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତିରେ ଏହି ରାସ୍ତାର ମରାମତି କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *