Saturday , October 16 2021
Breaking News
Home / ବିଶେଷ / ରଜନୀକାନ୍ତ ସିଂ ଉପବାଚସ୍ପତି ନିର୍ବାଚିତ

ରଜନୀକାନ୍ତ ସିଂ ଉପବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ରଜନୀକାନ୍ତ ସିଂ ଉପବାଚସ୍ପତି ନିର୍ବାଚିତ ହୋଇଛନ୍ତି ।  ଉପବାଚସ୍ପତି ପଦ ପାଇଁ ବିଜୁ ଜନତା ଦଳର ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ଙ୍କ ନାମ ଗୃହର ନେତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଅନ୍ୟ କୌଣସି ପ୍ରସ୍ତାବ ଆସିନଥିଲା  ତେଣୁ ରଜନୀକାନ୍ତ ସିଂ ସର୍ବ ସମ୍ମତିକ୍ରମେ ଉପବାଚସ୍ପତି ନିର୍ବାଚିତ ହୋଇଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରଜନୀକାନ୍ତ ସିଂ ସର୍ବସମ୍ମତିକ୍ରମେ ଉପବାଚସ୍ପତି ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *