ସାଲେପୁର,୨୭/୦୬/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ପହିଲି ରଜରେ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ୧୨ଦିନ ମେଡ଼ିକାଲରେ ଆସିୟୁରେ ରହି ମୃତ୍ୟୁବରଣ କରିଥିବା ଯୁବ ସମାଜସେବୀ ପ୍ରଭଞ୍ଜନ ଭୂୟାଁଙ୍କର ମର ଶରୀର ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବୁଧବାର ପ୍ରାୟ ୨ଟା ସମୟରେ ପ୍ରଭଞ୍ଜନଙ୍କ ମୃତ ଶରୀର ସାଲେପୁରରେ ପହଂଚିବାପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ପ୍ରଶଂସକ ତାଙ୍କ ମର ଶରୀରକୁ ଶିଶୁଆ ବଜାର ଠାରୁ ଏକ ଶୋଭାଯାତାରେ ରାମଧୂନ୍ ଭଜନରେ ବଜାର ପରିକ୍ରମା କରିବା ସହ ପ୍ରଭଞ୍ଜନ ଅମର ରହେ ସ୍ଲୋଗାନ୍ ଦେଇ ତାଙ୍କ ମର ଶରୀରକୁ ତାଙ୍କ ବାସଭବନରେ ପହଞ୍ଚାଇଥିଲେ । ସେଠାରୁ ସହସ୍ରାଧିକ ସମର୍ଥକ ତାଙ୍କ ଶବାଧାରରେ ସାମିଲ ହୋଇ ଗ୍ରାମ ଶ୍ମଶାନରେ ପହଂଚିଥିଲେ । ଶେଷରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ସୁକାନ୍ତ ଭୂୟାଁ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଦିଲ୍ଲୀପ ଦାଶ, ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର, ହୃଷିକେଶ ମଲ୍ଲିକ, ପ୍ରଦୀପ ପରିଜା, ମନୋଜ ଆଚାର୍ଯ୍ୟ, ସୁଧିର ଶତପଥୀ, ଦୀପକ ଦାସ, ବିନୟ କୁମାର ଦାଶ, ହେମନ୍ତ କୁମାର ଭୂୟାଁ, ସୁଜିତ୍ କୁମାର ଭୂୟାଁ, ଶିଶିର ଦାଶ, ପ୍ରଶାନ୍ତ ମଲ୍ଲିକ, ଅମିତାଭ ସାହୁ, ଅର୍ଜୁନି ସାହୁ, ନାରାୟଣ ଓଝା, ପ୍ରତାପ ଚନ୍ଦ୍ର ଭୂୟାଁ, ଅଜୟ କୁମାର ସାହୁ, ବିଭୁତିଭୂଷଣ କର, ଅନନ୍ତ ଚରଣ ଦାଶ, ମହେଶ୍ୱର ମଲ୍ଲିକଙ୍କ ସମେତ ଯୁବନେତା ରଶ୍ମିରଂଜନ ଲେଙ୍କା, ଶୁଭେଶରଂଜନ ପରିଡ଼ା, ମିହିର ଦାସ ସାଇପଦ, ଯୁବନେତା ବିରଂଚିନାରାୟଣ କର, ବାବୁଲା ଭୂୟାାଁ, ରାଜେଶ ମହାନ୍ତି, ସୌମ୍ୟରଂଜନ ମଲ୍ଲ, ଶୁଭମ୍ ଦାଶ, ସଂଜିତ୍ ଦାଶ, ସୟଦ ଆଲାମ ହୁସେନ୍, ମନୋଜ ବେହେରା, ସେକ୍ ଗୁଲଜାର ଅଲ୍ଲୀ, ମୋହରିର ନାରାୟଣ ବାରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଭଞ୍ଜନଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଓଡ଼ିଶା ସମାଚାର