ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ମହାନଦୀ ଓ ତାର ଶାଖା ଓ ଉପନଦୀମାନଙ୍କରେ ୨୬୩ ଗୋଟି ନଦୀଘାଟରେ ଜନସାଧାରଣ ଯାତାୟତ ପାଇଁ ନୌପରିବହନ ଉପରେ ନିର୍ଭରଶୀଳ ଅଛନ୍ତି । ନୌ ଯାତ୍ରୀଙ୍କ ସୁରକ୍ଷା ପାଇଁ ବନ୍ଦର ଓ ଅର୍ନ୍ତଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ତରଫରୁ ପ୍ରତି ଜିଲ୍ଲାରେ ଇଂଜିନିୟରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିରାପଦ ନୌପରିବହନ ବ୍ୟବସ୍ଥା ତଦାରଖ ଓ ନୌଯାନ ଗୁଡ଼ିକର ନିରାପତ୍ତା ଯାଂଚ ପାଇଁ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ସରକାର ପ୍ରଚଳନ କରିଥିବା ସହୀଦ ବାଜିରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ନୌକାଗୁଡ଼ିକୁ ଜୀବନରକ୍ଷାକାରୀ ସରଞ୍ଜାମ ରିହାତି ମୂଲ୍ୟରେ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୮୦ ରେ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଉତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର