Saturday , October 16 2021
Breaking News
Home / ସ୍ୱାସ୍ଥ୍ୟ / ଭିତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭିତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଗ୍ରାମାଂଚଳରେ ନିର୍ମାଣାଧିନ  ସ୍ୱାସ୍ଥ୍ୟକେନ୍ଦ୍ର  ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତିଭୂମିର ନିର୍ମାଣ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସଚିବାଳୟଠାରେ ଏକ   ସମୀକ୍ଷା   ବୈଠକ   କରିଛନ୍ତି ।   ଉକ୍ତ ବୈଠକରେ   ଗ୍ରାମ୍ୟ   ଉନ୍ନୟନ,   ଶ୍ରମ   ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ   ଥିଲେ ।   ଗ୍ରାମାଂଚଳରେ   ସ୍ୱାସ୍ଥ୍ୟ ଭିତିଭୂମିର  ନିର୍ମାଣ  କାର୍ଯ୍ୟ  ଗ୍ରାମ୍ୟ  ଉନ୍ନୟନ ବିଭାଗ  ଦ୍ୱାରା  କରାଯାଉଛି ।  ଏଥିରେ  ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର,  ତାଲିମ୍  ପ୍ରତିଷ୍ଠାନ,  ଆବାସିକ ଗୃହ, ସଡ଼କ, ପାନୀୟଜଳ ଯୋଗାଣ ଆଦିର ନିର୍ମାଣ ସହିତ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ରହିଛି । ସମୀକ୍ଷା    ସମୟରେ    ଜଣାଯାଇଛି  ଯେ ଅଣଆବାସିକ କାର୍ଯ୍ୟ ବାବଦରେ ୩୯୭୬ଟି ପ୍ରକଳ୍ପ  ଲାଗି  ୩୬୬କୋଟି  ୫୫ଲକ୍ଷ  ୭୫ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥି ମଧ୍ୟରୁ ୫୮୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୭୭୮ଟି ପ୍ରକଳ୍ପର କାର୍ଯ୍ୟ ଶେଷ   ପର୍ଯ୍ୟାୟରେ   ପହଂଚିଛି ।   ଅବଶିଷ୍ଟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ  ଶ୍ରୀ  ଦାସ  ନିର୍ଦ୍ଦେଶ  ଦେଇଛନ୍ତି । ଖୋର୍ଦ୍ଧା, ମୟୁରଭଞ୍ଜ ଓ କଟକ ଜିଲ୍ଲାରେ ୩୦ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଥିବାବେଳେ ବାଲେଶ୍ୱର, ବରଗଡ଼ ଓ ଯାଜପୁର ଜିଲ୍ଲାରେ ଏହି ଧରଣର ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ   ହୋଇଛି । ସେହିଭଳି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୮କୋଟି ୪୬ଲକ୍ଷ ଟଙ୍କା ବ୍ୟୟରେ ୩୦୦ କ୍ୱାର୍ଟର୍ସର ନିର୍ମାଣ କାର୍ଯ୍ୟ ଜାରି ରହିଛି ।  ଏହି  ପ୍ରକଳ୍ପଗୁଡ଼ିକ  ଲାଗି  ରାଜ୍ୟ ସରକାର    ବଜେଟ ରେ ଅର୍ଥ ବ୍ୟବସ୍ଥା କରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି । ନିର୍ମାଣାଧିନ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ବିଭାଗ ମଧ୍ୟରେ ସମନ୍ୱୟ ସହିତ ନିୟମିତ ଅନୁଧ୍ୟାନ ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଗ୍ରାମ୍ୟ ଉନ୍ନୟନ  ବିଭାଗର  ପ୍ରମୁଖ  ସଚିବ  ଡାକ୍ତର ମୋନା  ଶର୍ମା,  ସ୍ୱାସ୍ଥ୍ୟ  ଓ  ପରିବାର  କଲ୍ୟାଣ ବିଭାଗର  କମିଶନର  ତଥା  ଶାସନ  ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ  ମିଶନ  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ  ଦୁଇ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ବାସୁଦେଇପୁର  ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପାଟକୁରା ପ୍ରଗତି ମଂଚ …

Leave a Reply

Your email address will not be published. Required fields are marked *