ନିରାକାରପୁର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ସ୍ୱେଛାସେବୀ ଅନୁଷ୍ଠାନ ପ୍ରେରଣା ଚିଲ୍ଡ଼୍ରେନସ୍ ଗ୍ରୀନ ଆର୍ମି ପକ୍ଷରୁ ବୃକ୍ଷରୋପଣ ସଂପର୍କରେ ଜନସଚେତନ ସଅଷ୍ଟି ପାଇଁ ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରେରଣାର ସଭାପତି ତଥା ଗ୍ରୀନ ଆର୍ମିର ଚିଫ କମାଣ୍ଡର ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଶା ବୀର ମହାସଂଘର ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନ,କାଇପଦର କଲେଜ ଅଧ୍ୟକ୍ଷ ଡ଼. ଜଗମୋହନ ପଟ୍ଟନାୟକ,ଅଧ୍ୟାପିକା ଅନୁପମା ଚମ୍ପତିରାୟ,ସମାଜସେବୀ ରବିନ୍ଦ୍ରନାଥ ବଳିୟାରସିଂହ,ଆଶିଷ ବରିସଲ, ରାସବିହାରୀ ଶ୍ରୀଚନ୍ଦନ,ପ୍ରମୁଖ ଅତିଥିଭାବେ ଯୋଗଦେି ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅତିଥିମାନେ କହିଲେ ଯେ ବିଗତ ଫନିରେ ବହୁ ଗଛ ଉପୁଡ଼ି ପଡ଼ିଥିବାବେଳେ ଜଙ୍ଗଲ ମଧ୍ୟ ନଷ୍ଟ ହୋଇଛି । ତେଣୁ ଏହି ଫନି ବାତ୍ୟାରେ ଉପୁଡ଼ି ପଡ଼ିଥିବା ଜଙ୍ଗଲକୁ ସୁରକ୍ଷା କରିବା ସହିତ ପ୍ରତିବ୍ୟକ୍ତି ନିଜ ବଗିଚାରେ ଏବଂ ସ୍ୱେଛାସେବୀ ସଂଗଠନମାନେ କ୍ଲବ,ମନ୍ଦିର ପରିସର ଓ ଖାଲି ପଡ଼ିଥଇବା ପଡ଼ିଆରେ ବ୍ୟାପକ ବୃକ୍ଷରୋପଣ କରିବା ନିତ୍ୟାନ୍ତ ଆବଶ୍ୟକ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଛ ଆମର ଜୀବନ ଧନ -ଯୋଗାଏ ଆମକୁ ପାଣି ପବନ ସଂପର୍କିତ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ବୃକ୍ଷ ଓ ଜୀବନ ସଂପର୍କରେ କବିତା ଲିଖନ,ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗ୍ରାମମାନ ପରିକ୍ରମା କରିଥିଲା । ଏଥି ସହିତ ୧୦୦ଟି ବୃକ୍ଷରୋପଣ କରାଯାଇଥିଲା । ଓଡ଼ିଶା ସମାଚାର