Thursday , October 21 2021
Breaking News
Home / ତାଜା ଖବର / ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଦୁଇ ବିଲ୍ଡର ଗିରଫ

ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଦୁଇ ବିଲ୍ଡର ଗିରଫ

ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଜମି ଦେବା ନାଁରେ ୭କୋଟିରୁ ଅଧିକ ଟଙ୍କା ଠକିନେବା ଅଭିଯୋଗରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆନ୍ଧ୍ରବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଦୁଇ ବିଲଡରଙ୍କୁ ଗିରଫ କରିଛି । ସେମାନେ ହେଲେ ପୂର୍ବତନ ଆନ୍ଧ୍ର ବ୍ୟାଙ୍କ ମ୍ୟାନେଜର ତଥା ଆନ୍ଧ୍ର ବ୍ୟାଙ୍କ କର୍ମଚାରୀ ହାଉସିଂ କୋ- ଅପରେଟିଭ ସୋସାଇଟିର ସମ୍ପ।।ଦକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ହିନ୍ଦୁସ୍ତାନ ଡେଭଲପର ରିୟଲ ଇଷ୍ଟେଟ୍ କମ୍ପାନୀର ମାଲିକ ମନୋଜ ମହାପାତ୍ର ଓ ଅମ୍ବିକା ପ୍ରସାଦ ମହାନ୍ତି । ଏମାନଙ୍କ ବିରୁଦ୍ଧରେ ପୁଲିସ କେସ୍ ନଂ ୯/୧୯ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ମ୍ୟାନେଜର ପ୍ରଫୁଲ୍ଲ ଷଡ଼ଙ୍ଗୀ ଆନ୍ଧ୍ରବ୍ୟାଙ୍କ କର୍ମଚାରୀ କୋ-ଅପରେଟିଭ ହାଉସିଂ ନାମକ ଏକ ସୋସାଇଟି କରିଥିଲେ । ଭୁବନେଶ୍ୱରର ଆନ୍ଧ୍ରବ୍ୟାଙ୍କର କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀଙ୍କୁ ସୁଲଭ ମୂଲ୍ୟରେ ପ୍ଲଟ୍ ଯୋଗାଇବା ଏହି ସୋସାଇଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶ୍ରୀ ଷଢଙ୍ଗୀ ଏନେଇ ହିନ୍ଦୁସ୍ତାନ ଡ଼େଭଲପର୍ସର ସହ ଏକ ଚୁକ୍ତିନାମା କରିଥିଲେ । ବିଲଡର ସଂସ୍ଥା ଓ ବ୍ୟାଙ୍କ ମ୍ୟାନେଜର ମଦନପୁର ମୌଜାରେ ହିନ୍ଦୁସ୍ତାନ ଭ୍ୟାଲି ପ୍ରୋଜେକ୍ଟରେ ପ୍ଲଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହିକ୍ରମରେ ଶ୍ରୀ ଷଡ଼ଙ୍ଗୀ୧୬୦ଜଣଙ୍କ ଠାରୁ ୨୦୦୯ରୁ ୨୦୧୧ ମସିହା ଭିତରେ ପାଖାପାଖି ୭କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆଣିଥିଲେ । ଏହି ସୋସାଇଟି ନାଁରେ ରାଜଧାନୀରେ ଚନ୍ଦ୍ରଶେଖରପୁରରେ ଥିବା ଆନ୍ଧ୍ରବ୍ୟାଙ୍କ ଶାଖାରେ ଏକ ଆକାଉଂଟ ଖୋଲିଥିଲେ । ପ୍ଲଟ କିଣିବା ପାଇଁ ଲୋକମାନେ ଏହି ଆକାଉଂଟରେ ଟଙ୍କା ଡିପୋଜିଟ୍ କରିଥିଲେ । ଟଙ୍କା ନେଲା ପରେ ଶ୍ରୀ ଷଡ଼ଙ୍ଗୀ ଲୋକମାନଙ୍କୁ ହିନ୍ଦୁସ୍ତାନ ଡେଭଲପର୍ସର ବିଲ୍ଡର ମନୋଜ ମହାପାତ୍ର ଓ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ଠାରୁ ପ୍ଲଟ୍ ରେଜିଷ୍ଟ୍ରି କରିନେବା ପାଇଁ ପଠାଇଥିଲେ । ହେଲେ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଜମି ମିଳିନଥିଲା । ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଠକି ଚାଲିଥିଲେ । ହିତାଧିକାରୀଙ୍କୁ ଜମି ନମିଳିବାରୁ ଚଳିତମାସ ୪ତାରିଖରେ ସହିଦନଗରରେ ରହୁଥିବା ରତିକାନ୍ତ ସାମଲ କ୍ରାଇମବ୍ରାଂଚରେ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *