Monday , December 6 2021
Breaking News
Home / ବିଶେଷ / ଦୁବାଇରେ ଫସିଥିବା ୯ ଓଡ଼ିଆ ଫେରିଲେ

ଦୁବାଇରେ ଫସିଥିବା ୯ ଓଡ଼ିଆ ଫେରିଲେ

ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)- ଦୁବାଇରେ ଫସି ରହିଥିବା ୯ ଜଣ ଓଡ଼ିଆ ଶ୍ରମିକ ଭାରତ ଫେରିଛନ୍ତି । ବୁଧବାର ସେମାନେ ନୂଆଦିଲ୍ଲୀରେ ପହଂଚିବା ପରେ ସେଠାରୁ ନିଜ ନିଜ ଗାଁକୁ ଆସୁଛନ୍ତି । ଚାକିରୀ ପାଇଁ ୧୦ ଜଣ ଓଡ଼ିଆ ଦୁବାଇ ଯାଇ ସେଠାରେ ଫସି ରହିଥିଲେ । କମ୍ପାନୀ ମାଲିକ ସେମାନଙ୍କୁ ନିର୍ଯାତନା ଦେବା ସହ ଦରମା ଦେଉନଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ନିବେଦନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରେ ହସ୍ତକ୍ଷେପ କରିଥିଲେ । ଏହି ଲୋକମାନେ ହେଲେ ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଅଂଚଳର । ଜଣେ ଏଜେଂଟଙ୍କ ମାଧ୍ୟମରେ ସେମାନେ ଦୁବାଇ ଯିବା ପରେ ସେଠାରେ ଏକ କମ୍ପାନୀରେ ଚାକିରି ମିଳିଥିଲ । ହେଲେ କାମ କରିବା ସମୟରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା । ଦରମା ମାଗିଲେ ସେମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିଲା । ନିର୍ଯାତନା ଅସହ୍ୟ ହେବାରୁ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲେ । ବୈଦେଶୀକ ମନ୍ତ୍ରଣାଳୟର ସହଯୋଗ କ୍ରମେ ୯ ଜଣ ଶ୍ରମିକ ଭାରତ ଫେରିଛନ୍ତି । ବୁଧବାର ସେମାନେ ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିଛନ୍ତି । ଅନ୍ୟଜଣେ ଶ୍ରମିକଙ୍କ କାଗଜପତ୍ର କାମ ସରିବା ପରେ ସେ ଭାରତ ଫେରିବେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *