ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟର ୫ଗୋଟି ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟ ରେକର୍ଡ ଗୁଡ଼ିକର ସ୍କାନିଂ ଏବଂ ଡିଜିଟାଲାଇଜେସନ୍ କରିବା ପାଇଁ ପ୍ରସ୍ତାବ ଅଛି ଓ ତଦନୁଯାୟୀ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି । ରାଜ୍ୟର ସମସ୍ତ ଖତିଆନ୍କୁ କମ୍ପ୍ୟୁଟରୀକରଣ କରାଯାଇ ଭୂଲେଖ ୱେବ୍ସାଇଟ୍ ମାଧ୍ୟମରେ ଜନସାଧାରଣଙ୍କ ଅବଗତି ପାଇଁ ଉପଲବ୍ଧ କରାଯାଉଅଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ୫୮ ନମ୍ବର ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ଉତ୍ତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର