Saturday , October 16 2021
Breaking News
Home / ବିଶେଷ / କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତି

କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତି

କଟକ, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ବର୍ଷ ପୂର୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । କଟକ ନଗର ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଳା ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକଟିକଟ ସଂଗ୍ରହ ଓ ତା’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଡାକ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । କଟକ ଡାକ ଟିକସ ସଂଗ୍ରହାଳୟର ୭୦ବର୍ଷ ପୂର୍ତି ଅବସରରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା । ସର୍ବଭାରତୀୟସ୍ତରରେ ଡାକ ବିଭାଗ ପକ୍ଷରୁ ହୋଇଥିବା   ପତ୍ରଲିଖନ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ମଣ୍ଡଳରୁ ଆସିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କଟକ ଉତର ମଣ୍ଡଳ ଡାକ ଅଧୀକ୍ଷକ ଦିଲୀପ କୁମାର ସାମଲ ଓ ନିର୍ଦ୍ଦେଶକ ଜି.ଗୁରୁନାଥନ ସଭାରେ ଉପସ୍ଥିତ ଥିଲେ । ବରିଷ୍ଠ ଡାକପାଳ ମହମ୍ମଦ ଏସକେ ନୋମାନ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *