ପାଟଣାଗଡ଼,୨୬/୦୬/୨୦୧୯ (ଓଡ଼ିଶା ସମାଚାର)-ପାଟଣାଗଡ଼ର ନବ ନିର୍ବାଚିତ ବିଧାୟକ ସରୋଜ ମେହେର ଗତ ଜୁନ୍ ୬ ତାରିଖରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଆଇନକୁ ହାତକୁ ନେଇ ଉଠବସ୍ କରାଇଥିବା ଅଭିଯୋଗ ହେବା ପରେ ଆଦିବାସୀ ମହାସଂଘ ସମେତ ବିଭିନ୍ନ ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଧମକ ଦେବା ପରେ ପୋଲିସ୍ ତାଙ୍କୁ ପାଟଣାଗଡ଼ ରୁ ବଲାଙ୍ଗୀର ଉଠାଇ ଆଣି ପଚରା ଉଚୁରା କରିବା ପରେ ଗିରଫ କରିଥିଲେ । ପରେ ପରେ ତାଙ୍କ ସ୍ୱାସ୍ଥ୍ର୍ୟ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା । ହେଲେ କୋର୍ଟ ମଧ୍ୟବର୍ତିକାଳୀନ ଆଦେଶରେ ତାଙ୍କ ବିରୁଦ୍ଧରେ ଏସସି ଓ ଏସଟି ଆକ୍ଟ ଲାଗିଥିବାରୁ ତାଙ୍କୁ ଏକ ୭ ଦିନିଆ ନୋଟିସ୍ ଦିଆଯିବ ଓ ପରବର୍ତୀ ଶୁଣାଣି ଜୁଲାଇ ୧ ତାରିଖ ହେବ ବୋଲି ଆଦେଶ ଦେଇ ବିଚାର ବିଭାଗ ହାଜତକୁ ପାଠାଇ ଦେଇଥିଲେ । ୨୪ ତାରିଖରେ ଗିରଫ ହୋଇ ଜେଲ ହାଜତରେ ରାତ୍ରିଯାପନ କରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି । ପାଟଣାଗଡ଼ ଉପକାରାଗାରରେ ତାଙ୍କର ସ୍୍ୟାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ତାଙ୍କୁ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର