Sunday , December 4 2022
Breaking News
Home / ତାଜା ଖବର / ଶଙ୍ଖେଶ୍ୱର,ଖରିତୁଠ,ଜପା ଗ୍ରାମରେ ଅବକାରୀ ଚଢଉ

ଶଙ୍ଖେଶ୍ୱର,ଖରିତୁଠ,ଜପା ଗ୍ରାମରେ ଅବକାରୀ ଚଢଉ

ଜଗତସିଂହପୁର,୨୬/୦୬/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ନୂତନ ଜିଲ୍ଲାପାଳଭାବେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଆଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତକାଲି ରାତ୍ର ୮.୩୦ମିନିଟ୍ ସମୟରେ ତିର୍ତୋଲ ବ୍ଲକ ଶଙ୍ଖେଶ୍ୱର ଗ୍ରାମରେ ଚଢାଉକରାଯାଇବେଆଇନ ଚୋରାମଦ ବେପାରୀ ଅମିୟକୁମାର ଙ୍କ ଠାରୁ ୩.୩ଲିଟର ଦେଶୀମଦ କରାଯିବା ସହ ତାକୁ ଗିରଫ କରିଥିଲେ ।  । ସେହିପରି କୁଜଙ୍ଗ ବ୍ଲକର ବାଲିତୁଠ  ଗ୍ରାମର କୃଷ୍ଣଚନ୍ଦ୍ର ପଲାଇଙ୍କ ଠାରୁ ୪ଲି୪୦୦ଗ୍ରାମଦେଶୀ ମଦ ଜବତ ହେବା ସହ କୃଷ୍ଣକୁ ଗିରଫ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମରେ ଅବକାରୀ ବିଭାଗତ ଜିଲ୍ଲାର ବିଭିନ୍ନ ଅଂଚଳରେ ପାଟ୍ରୋଲିଂ କରି ଅବୈଧ ଚୋରାମଦ କାରବାର ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି ଚଢଉରେ ଜିଲ୍ଲା ଇନ୍ସପେକ୍ଡର ପ୍ରତାପ କୁମାର ଦାସ,ସବଇନ୍ସପେକ୍ଟର କୂଳମଣୀ ନାୟକ ପ୍ରମୁଖ ସାମିଲଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.