ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଆୟବହିଃର୍ଭୂତ ସମ୍ପତି ଠୁଳ ମାମଲାରେ ଜଗତସିଂହପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରୀବିକ୍ରମ ସାମନ୍ତରାୟ ଆୟବହିଠର୍ଭୁତ ସମ୍ପତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହେବାସହିତ ତାଙ୍କର ବିଭିନ୍ନ ସଂପର୍କୀୟ ଘରେ ଚଢଉ ହୋଇଥିବା ଜଣାପଡିଛି । କନିଷ୍ଠଯନ୍ତ୍ରୀ ତ୍ରୀବିକ୍ରମଙ୍କର ପୈତୃକ ଘର କୁଜଙ୍ଗ ବ୍ଲକ ବଡବାଲିକଣି,ଶ୍ୱସୁର ଘର ରଘୁନାଥପୁର ବ୍ଲକର ହରିଶ୍ ପୁର,ବ୍ଲକ କାର୍ଯ୍ୟାଳୟର ,ଜଗତସିଂହପୁରରେ ଚର୍ଚ୍ଚିିକା ବଜାର ଥିବା ଏକ ଘରେ ଭିଜିଲାନ୍ତ ଦ୍ୱାରା ଏକାସାଙ୍ଗରେ ଚଢଉ କରାଯାଇଥିଲା । ଭିଜିଲାନ୍ସଙ୍କୁ ଦେଖି ତ୍ରୀବିକ୍ରମ ଦୌଡି ଫଳାଇଯାଉଥିବା ସମୟରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଗୋଡେଇ ଗୋଡେଇ ଧରିଥିବା ପ୍ରତକ୍ଷଦର୍ଶୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ସାମନ୍ତରାୟ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ତିର୍ତୋଲ ବ୍ଲକ ,ରଘୁନାଥପୁର ବ୍ଲକ ରେ କାର୍ଯ୍ୟରତ ଥିବା ସମୟରେ ବହୁ ଅର୍ଥଜାଲିଆତି କରି ରୋଜଗାର କରି ପାରାଦ୍ୱୀପରେ ଏକ ପ୍ଲଟ,ଏକ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ନାମିଦାମୀ କାର,ବହୁ ସୁନା ଅଳଙ୍କାର,ବ୍ୟାଙ୍କ ବାଲାନ୍ସ,ଆଦି ଚଢଉବେଳେ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି । ଶ୍ରୀ ସାମନ୍ତ ରାୟଙ୍କର ଏକ ରାଜ ମସଲା ଫ୍ୟାକ୍ଟ୍ରିଥିବା ମଧ୍ୟ ଜଣାପଡିଥିଲା । ଏହି ଫ୍ୟାକ୍ଟ୍ରି ମାଧ୍ୟମରେ ବହୁ କଳାଧନ ଉପାର୍ଜନ କରିଥିବା ମଧ୍ୟ ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ଉକ୍ତ ଚର୍ଚ୍ଚିକା ବଜାର ଠାରେ ଥିବା ଫ୍ୟାକ୍ଟ୍ରି ଚଢଉ କରାଯାଉଥିବା ଦେଖିବାକୁ ମିଳିଛି । ଭିଜିଲାନ୍ସ ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଚଢାଉକରାଯାଇଥିଲା । ଏହି ଚଢଉରେ ଇନ୍ସପେକ୍ଟର ଅନୁସୂୟା ସେନାପତି,କର୍ମଚାରୀ ପ୍ରଶାନ୍ତ ବି.ଏନ୍ ଧଳ,ପ୍ରଶାନ୍ତ କୁମାର ବିଶ୍ୱାଳ,ଏସ୍.କେ ପତି,ଆଇ.ଏସ.ଅଲ୍ଲୀ ପ୍ରମୁଖ ସାମିଲଥିଲେ । ଓଡ଼ିଶା ସମାଚାର