Friday , September 29 2023
Breaking News
Home / ରାଜନୀତି / ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବ୍ୟୋମକେଶ ରାୟଙ୍କ ଗିରଫ ଦାବି କଲା ବିଜେପି

ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବ୍ୟୋମକେଶ ରାୟଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର,୨୬/୦୬/୨୦୧୯ (ଓଡ଼ିଶା ସମାଚାର)-ଭଦ୍ରକ ମଦମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଗିରଫ କରିବା ଦାବିରେ ମଙ୍ଗଳବାର ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମାନବ ଅଧିକାର ଆୟୋଗଙ୍କୁ ଭେଟିଛି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେଏହି ପ୍ରତିନିଧୀ ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଏ ଘଟଣାରେ ହସ୍ତକ୍ଷେପ ଲୋଡିଛି । ବିଜେପି ଅଭିଯୋଗ କରିଛି ଯେ ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଂଟିଥିଲେ । ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉଦ୍ଧ୍ୱର୍ଲୋକ ଅସୁସ୍ଥ ହୋଇଥିଲେ । ଘଟଣାକୁ ୨ ମାସ ବିତିଥିଲେ ମଧ୍ୟ ଏଯାବତ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଛି । ଏହି ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଜେଡି ବିଧାୟକ ବୋମକେଶ ରାୟ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ସୁରକ୍ଷା ଯୋଗାଉଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ମଧ୍ୟ ସମସ୍ତଙ୍କୁ ପ୍ରଦାନ କରିନାହାଁନ୍ତି । ତୁରନ୍ତ ବିଜେଡି ବିଧାୟକ ବୋମକେଶ ରାୟଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି । ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗର କମିଶନର ତଥା ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା । ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତିି, ତାହା ବୁଝିହେଉନାହିଁ । ମଦ ମୃତ୍ୟୁର ଶିକାର ହୋଇଥିବା ପରିବାରଙ୍କୁ କେବେ ନ୍ୟୟ ମିଳିବ ବୋଲି ଶ୍ରୀ ସାମଲ କହିଛନ୍ତି । ସେହିପରି କେନ୍ଦୁଝରର ଚମ୍ପୁଆରେ ଏସାର ଷ୍ଟିଲ ଇଣ୍ଡିଆ ଲିମିଟେଡରେ ଜମି ଜାଗା ହରାଇଥିବା ଲୋକମାନଙ୍କୁ କମ୍ପାନୀ ଥଇଥାନ କରିନାହିଁ । ବୈତରଣୀ ନଦୀକୁ ଏହି ଶିଳ୍ପ ସଂସ୍ଥା ପକ୍ଷରୁ ଅତିମାତ୍ରାରେ ପ୍ରଦୁଷଣ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ କମ୍ପାନି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ଉପସଭାପତି ସମୀର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟ ପ୍ରକାଶ ନାୟକ, କେନ୍ଦ୍ୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *