Sunday , October 17 2021
Breaking News
Home / ତାଜା ଖବର / ବିଶ୍ୱକପ୍ ବେଟିଂ : ୩୧ ଲକ୍ଷ ଜବତ ,୨ ଗିରଫ

ବିଶ୍ୱକପ୍ ବେଟିଂ : ୩୧ ଲକ୍ଷ ଜବତ ,୨ ଗିରଫ

ରାଉରକେଲା, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ରାଉରକେଲା ସହରରେ କ୍ରିକେଟ୍ ବିଶ୍ୱକପ ଖେଳକୁ ନେଇ ବେଟିଂ ଚାଲିଥିବା ଖବର ପାଇ ପୋଲିସ ଜନତା ନିବାସ ଗଳିରେ ଚଢ଼ଉ କରି ନଗଦ ୩୧ଲକ୍ଷ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନାଗରମଲ୍ଲ ଅଗ୍ରୱାଲ ଓ ସୁନୀଲ କୁମାର ସିଂଘଲ । ଏମାନେ କପଡ଼ା ବ୍ୟବସାୟୀ ଭାବେ ପରିଚିତ । ବିଶ୍ୱକପ ଆରମ୍ଭ ହେବା ପରେ ଗତ ୪ ଦିନ ଧରି ଏମାନେ ହାରଜିତ୍ କୁ ନେଇ ବେଟିଂରେ ଅନେକ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ ଏବଂ ପ୍ରତି ମୁହୁର୍ତରେ ଖେଳକୁ ଦେଖି ସର୍ତ ଅନୁସାରେ ଟଙ୍କା ନେଣ ଦେଣ କରୁଥିଲେ । ଜୁଆ ଭଳି କିଏ ଜିତୁଥିଲା ତ କିଏ ହାରୁଥିଲା ।ଏ ଖବର ପାଇ ରାଉରକେଲା ଏସପି ଏକ ଦଳ ଗଠନ କରି ଗତକାଲି ରାତି ୩ଟାରେ ସେହି ସ୍ଥାନରେ ଚଢ଼ଉ କରିବାରୁ ଘଟଣାସ୍ଥଳରୁ ନଗଦ ୩୧ ଲକ୍ଷ ଟଙ୍କା, ୧୭ଟି ମୋବାଇଲ, ଗୋଟିଏ ଟିଭି ଓ କିଛି କାଲକୁଲେଟର ଜବତ କରିଥିଲେ । ପରେ ଏ ଦୁହିଁଙ୍କୁ ପଚରା ଉଚରା କରି ଗିରଫ କରାଯାଇଛି । ପ୍ଲାଂଟ ସାଇଡ୍ ପୁଲିସ ଏମାନଙ୍କୁ କୋର୍ଟଚାଲାଣ କରିଛି । ତେବେ ଏମାନଙ୍କ ପଛରେ ଆହୁରି ଅନେକ ଥିବା ଜଣାପଡ଼ିଛି । କେତେକ ସ୍ପଂଜ ଆଇରନ ମାଲିକ, ଲୁହା ରୋଲିଂ ମିଲ ବେପାରୀ ଏକଜୁଟ ହୋଇ ଏହି ଖେଳ ଚଳାଇଥିବା କଥା ଦାଣ୍ଡରେ ପଡି ଘାଟରେ ଗଡୁଛି । ପୂର୍ବରୁ ମଧ୍ୟ ଏମାନେ ଏହି ଭଳି କ୍ରିକେଟ ଖେଳ ବେଳେ ଏସବୁ ଖେଳ କରି ଧରା ପଡିଥିଲେ । ଯାହା ପୁଲିସ ରେକର୍ଡରେ ଏବେ ବି ରହିଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *