ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ଟେକ୍ନୋଲୋଜି,ଟ୍ରାନସ୍ପରେନ୍ସି,ଟିମ ୱାର୍କ,ଟ୍ରାନ୍ସ୍ ଫରମେସନ୍,ଓ ଟାଇମ୍ ଉପରେ ଧ୍ୟାନଦେଇ କାର୍ଯ୍ୟକରିବାକୁ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଜନସାଧାରଣ ଙ୍କ ମୌଳିକ ସମସ୍ୟା ସମାଧାନ ଓ ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ପ୍ରଶାସନ କାର୍ଯ୍ୟକରିବ । ପ୍ରଶାସନ ଜନସାଧାରଣଙ୍କ ପାଖରେ ପହଂଚି ସବୁ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱରୋପ କରିଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା,ଶିକ୍ଷା ,ଗମନାଗମନ,କୃଷି,ଶିଳ୍ପ ଓ ପାନୀୟ ଜଳେଯାଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଜଗତସିଂହପୁର ଜିଲ୍ଲା କୁ ରାଜ୍ୟର ୧ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ସେ ଅଗ୍ରାଧିକାର ଦେବେ । ଜିଲ୍ଲା ଶିକ୍ଷା ସଂସ୍କୃତି ,ଐତିହ୍ୟ ପରମ୍ପରା ମାଟି । ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା,ରାଜନିତିଜ୍ଞ ନବକୃଷ୍ଣ ଚୌଧୁରୀ,ସରଳା ଦେବୀ,ରମାଦେବୀ,ବିଭୁତି ପଟ୍ଟନାୟକ,ପ୍ରତିଭା ରାୟ,ଆଦିକବି ସାରଳା ଦାସ ପ୍ରମୁଖ ଜିଲ୍ଲାକୁ ଗୌରାବା ନ୍ୱୀତ କରିଛନ୍ତି । ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ,ତହସିଲରୁ ମିଳୁଥିବା ବିଭିନ୍ନ ପ୍ରମାଣପତ୍ର,ପଟ୍ଟା ଇତ୍ୟାଦି ସେ ନିଜେ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ ୠଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ପ୍ରଶାସନର ଦୋଷଦୁର୍ବଳତା କେଉଁଠାରେ ରହୁଛିତାହା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆଣିବା ପାଇଁ ଜିଲ୍ଲାପାଳ ଗଣ ମାଧ୍ୟମର ପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସୂଚନା ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର