କଟକ,୨୬/୦୬/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)- ଜଗତପୁର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ନବ ନିର୍ବାଚିତ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ମଂଚ ସଭାପତି ତ୍ରିଲୋଚନ ପଣ୍ଡା, ସମ୍ପାଦକ ପ୍ରତାପ କିଶୋର ପଣ୍ଡା,ଓଲସା ମ୍ୟାନେଜିଂ ଟ୍ରଷ୍ଟି ତଥା ମଂଚ ପରାମର୍ଶଦାତା ବିପିନ ବିହାରୀ ଚୌଧୁରୀ ,ସଂଯୋଜକ ଅଂଜନ କୁମାର ନାୟକ,ଓଲସା କର୍ମକର୍ତା ବିଜୟ ମିଶ୍ର,ବିରଂଚି ନାରାୟଣ ସାମଲ,ପ୍ରମୁଖ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିକ୍ରିୟାରେ ବିଧାୟକ ଶ୍ରୀ ବିଶ୍ୱାଳ ଅନୁଷ୍ଠାନକୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ଜଗତପୁର ଅଂଚଳର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ବିଶ୍ୱାଳପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର
