Monday , October 18 2021
Breaking News
Home / ଶିକ୍ଷା / ଏସୟୁସିଆଇ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଏସୟୁସିଆଇ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୨୬/୦୬/୨୦୧୯ (ଓଡ଼ିଶା ସମାଚାର)-ସୋସିଆଲିଷ୍ଟ ୟୁନିଟସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଉଠାଇ ଦିଆଇଥିବା ପାସ ଫେଲ ବ୍ୟବସ୍ଥାକୁ ଦ୍ୱିତୀୟ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପୁଣି ଲାଗୁ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ସେମାନେ ସ୍ୱାଗତ କରୁଛନ୍ତି ।  ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ପଛରେ ଏହି ପାସ ଫେଲ ବ୍ୟବସ୍ଥା ଉଠାଇ ଦେବା ଘଟଣା ଏକ ପ୍ରମୁଖ କାରଣ ବୋଲି ଏସୟୁସିଆଇ(କମ୍ୟୁନିଷ୍ଟ)ଦଳ ମନେକରେ । ଏଥିପାଇଁ ବିଗତ ୨୦୦୯ ମସିହା ଠାରୁ  ଏସୟୁସିଆଇ(କମ୍ୟୁନିଷ୍ଟ)ଦଳ, ଦଳର ଛାତ୍ର ସଂଗଠନ ତଥା ରାଜ୍ୟର ବହୁ ବୁଦ୍ଧିଜିବୀ ଓ ଜନସାଧାରଣ ଏହା ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ଡେରିରେ ହେଲେବି ସରକାର ଏହାକୁ ଗୁରୁତ୍ୱ ଦେଇ ବର୍ତମାନ ବିଚାରକୁ ନେଇଛନ୍ତି ଏବଂ ଏବାବଦରେ ସରକାରୀ ନିଷ୍ପତି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେଣୁ ଏହି ପରିପ୍ରେକ୍ଷୀରେ ତାଙ୍କ ଦଳ ଦାବି କରୁଛି ଯେ ୨ୟ ଶ୍ରେଣୀ ପରିବର୍ତେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ପାସ ଫେଲ ବ୍ୟବସ୍ଥା ଲାଗୁ କରାଯାଇ ୨୦୧୯- ୨୦ ଶିକ୍ଷାବର୍ଷ ଠାରୁ ତୁରନ୍ତ କାର୍ଯ୍ୟକାରି କରାଯାଉ । ଏସୟୁସିଆଇ(କମ୍ୟୁନିଷ୍ଟ)ଦଳ ଜିଲ୍ଲା ଶାଖା ପକ୍ଷରୁ ଏଲିନା ସାମନ୍ତରାୟ,ହୀରାମଣୀ ରାଉତ,ପ୍ରଭାସିନୀ ରାଉତ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *