Saturday , September 18 2021
Breaking News
Home / ତାଜା ଖବର / ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ବାରିପଦା, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀ  । ଯାହାକୁ ନେଇ ଗତକାଲି ବିଭାଗ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ସମେତ ଏକ ସଙ୍ଗେ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି  । ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ନେଇ ବାଲେଶ୍ୱର ଭିଜିଲାନ୍ସ ନିକଟରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା  । ଅଭିଯୋଗକୁ ଭିତି କରି   ବିଭାଗ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଥିଲା  । ପ୍ରଥମେ ଶ୍ରୀ ପାଢ଼ୀଙ୍କ କାର୍ଯ୍ୟାଳୟ ସହିତ ବାରିପଦା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ତାଙ୍କର ବାଲେଶ୍ୱର ସ୍ଥିତ ପୈତୃକ ବାସଭବନ, ହଳଦୀପଦା ଅଂଚଳର ଅଡ଼ଙ୍ଗ ଗ୍ରାମ, ବାଲେଶ୍ୱର ମିର୍ଜା ପୋଖରୀ ଓ ନିଳିମାବାଗ୍ ସମେତ ଭୁବନେଶ୍ୱର ଆଦି ମୋଟ୍ ୬ଟି ସ୍ଥାନରେ ବିଭାଗୀୟ ଅଧିକାରୀ ମାନେ ଚଢ଼ଉ କରିଛନ୍ତି । ଉଦଳାରେ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ଉପସ୍ଥିତିରେ ବିଭିନ୍ନ କାଗଜପତ୍ର ସମେତ ଏଟିଏମ୍ କାର୍ଡ଼, ଚାରି ଚକିଆ ଗାଡି ଏବଂ ଘରବାଡି ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ତନଖି କରିଛି ଭିଜିଲାନ୍ସ  । ତେବେ ସଂନ୍ଧ୍ୟା ସୁଦ୍ଧା ଚଢ଼ଉ ଜାରୀ ରହିଥଲା । ଓଡ଼ିଶା ସମାଚାର

About admin

Check Also

ତମାଣ୍ଡୋ ଥାନା ଆଗରେ ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର,୧୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଂଠ ତମାଣ୍ଡୋ ଥାନା ଆଗରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି । ଏମ୍ସିଏଲ୍ଗଳିରେ ଦୁଇଜଣ …

Leave a Reply

Your email address will not be published. Required fields are marked *