ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୈନ୍ୟବାହିନୀ ନିଯୁକ୍ତ ରାଲି ସଂପର୍କିତ ଏକ ପାରାଦଦ୍ୱୀପର ଷ୍ଟେଟ୍ ପଲୁସନ କଣ୍ଟ୍ରୋଲ ବୋର୍ଡ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାରାଦ୍ୱୀପ ଅତିରିକ୍ତ ଜିଲ୍ଲା ପାଳ କାହ୍ନୁ ଚରଣ ଧୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ ,ବିଭିନ୍ନ କମ୍ପାନୀ ମାନେ ଅଂଶଗ୍ରହଣ କରିଥିଲେ । ଏ.ଆ.ଓ କଟକର ମୁଖ୍ୟ ଏ.କେ ତିରୁଖା ରାଲିକୁ ପରିଚାଳନା କରିବା ପାଇଁ ବିଭିନ୍ନ ଦିଗଉପରେ ଆଲୋଚନା କରିଥିଲେ । ଏହି ନିଯୁକ୍ତ ରାଲି ଆସନ୍ତା ଅଗଷ୍ଟ ମାସ ୧୮ତାରିଖରୁ ଅଗଷ୍ଟ ୨୭ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ପାରାଦବୀପ ସୂଚନା ପ୍ରଦାନ କରିଥିଲେ । ଶେହରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
