Tuesday , October 26 2021
Breaking News
Home / ତାଜା ଖବର / ଆଳି ଥାନା ଏଏସଆଇ ରଣେନ୍ଦ୍ର କୁମାର ସାମଲ  ଗିରଫ

ଆଳି ଥାନା ଏଏସଆଇ ରଣେନ୍ଦ୍ର କୁମାର ସାମଲ  ଗିରଫ

କେନ୍ଦ୍ରାପଡ଼ା, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ଲାଂଚ ନେବା ଅଭିଯୋଗରେ ଆଳି ଥାନା ଏଏସ୍ଆଇ ରଣେନ୍ଦ୍ର କୁମାର ସାମଲ  ଙ୍କୁ ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଲାଂଚ ଟଙ୍କା ଜବତ କରିବା ସହ ଏକକାଳୀନ ସଂପୃକ୍ତ ଏଏସ୍ଆଇଙ୍କ ସରକାରୀ ବାସଭବନ ଗୋପଛକରେ ଥିବା ବାସଗୃହ ଓ ତିର୍ତୋଲ ଅଂଚଳରେ ଥିବା ପୈତୃକ ଘର ଉପରେ ଚଢାଉ କରି ଛାନ୍ଭିନ୍ କରିଥିବା ଜଣାପଡିଛି ।    ସୂଚନାମୁତାବକ ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମର ପୂର୍ବତନ ସେନା କର୍ମଚାରୀ ବାନାମ୍ବର ଦାସଙ୍କୁ ଏକ ଗ୍ରାମ୍ୟ ଗଣ୍ଡଗୋଳ ମାମଲାରେ ପୋଲିସ୍ କେଶ୍ ନମ୍ବର-୯୪/୨୦୧୯ରେ ଗିରଫ କରିଥିଲା । ସେହି ମାମଲାରେ ଜିଆର୍ କେଶ୍ ନମ୍ବର- ୨୦୨/୧୯ ରେ ବାନାମ୍ବରଙ୍କୁ ୯ଦିନ୍ ଜେଲ୍ ଯିବାକୁ ପଡିଥିଲା । ଜେଲ୍ ଯିବା ସମୟରେ ତାଙ୍କ ମଟର ସାଇକେଲ୍ ଓ ଚାବି ସେହି ଥାନାର ଏଏସ୍ଆଇ ରଣେନ୍ଦ୍ର କୁମାର ସାମଲଙ୍କ ଜିମାଦେଇ ଯାଇଥିଲେ । ତେବେ ଜେଲ୍ରୁ ଫେରିବା ପରେ ମଟର ସାଇକେଲ୍ ଚାବି ମାଗିବାରୁ ତାହା ଜବତ ହୋଇଛି ଏବଂ କାଗଜପତ୍ର ଦେଖାଇଲେ ମିଳିପାରିବ ବୋଲି ଏଏସ୍ଆଇ କହିଥିଲେ । ଗାଡି ମୁକୁଳାଇବା ଓ ଥାନାରେ ଦୈନିକ ହାଜିରା ରକ୍ଷା ପାଇବା ପାଇଁ ସଂପୃକ୍ତ ଏଏସ୍ଆଇ ବାନାମ୍ବରକୁ ୫ହଜାର  ଟଙ୍କା ଲାଂଚ ଦାବି କରିଥିଲେ । ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ କେଶ୍ ନମ୍ବର- ୧୩/ ୧୯ ରେ ମାମଲା ରୁଜୁ କରାଯାଇ ଏଏସ୍ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା । ମଙ୍ଗଳବାର ଦିନ ୧୨ଟା ୧୦ମିନିଟ୍ ସମୟରେ ଥାନାରେ ଏସ୍ଆଇ ୫ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ କାବୁ କରି ନେଇଥିଲା । ଟଙ୍କାରେ ପୂର୍ବରୁ କେମିକାଲ୍ ବୋଳାଯାଉଥିବାରୁ ହାତ ଧୋଇବା ମାତ୍ରେ ନାଲିପାଣି ବାହାରିଥିଲା । ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର କୁମାର ରାୟଗୁରୁଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ସାମିଲ୍ ଥିଲେ । ଏସ୍ଆଇ ରଣେନ୍ଦ୍ରଙ୍କୁ ଗିରଫ କରାଯାଇ କଟକ ନିଆଯିବା ସହ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *