Monday , December 6 2021
Breaking News
Home / ବିଶେଷ / ଅଶୋକ ପରିଜା ଆଡ଼ଭୋକେଟ ଜେନେରାଲ କାର୍ଯ୍ୟଭାର ଗ୍ରହଣ କଲେ

ଅଶୋକ ପରିଜା ଆଡ଼ଭୋକେଟ ଜେନେରାଲ କାର୍ଯ୍ୟଭାର ଗ୍ରହଣ କଲେ


କଟକ, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଡ଼ଭୋକେଟ ଅଶୋକ ପରିଜା ନୂଆ ଆଡ଼ଭୋକେଟ ଜେନେରାଲ ହେଲେ । ଆଜି ସେ ତାଙ୍କ ପୂର୍ବରୁ ଆଡ଼ଭୋକେଟ ଜେନେରାଲ ଥିବା ସୂର୍ଯ୍ୟ ପ୍ରସାଦ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୫୮ ବର୍ଷିୟ ଶ୍ରୀ ପରିଜା ୧୯୮୪ ରେ ଆଡ଼ଭୋକେଟ ଜୀବନ ଆରମ୍ଭ କରିଥିଲେ । ୨୦୦୮ ରେ ଓଡ଼ିଶା ରାଜ୍ୟ ବାର କାଉନସିଲ ଓ ବାର କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ହୋଇଥିବାବେଳେ ୨୦୧୧ ରେ ବାର କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *