Friday , October 22 2021
Breaking News
Home / ତାଜା ଖବର / ସମଲେଶ୍ୱରୀ ଏକ୍ସପ୍ରେସ ଧାରଣାଚ୍ୟୁତ ଓ ନିଆଁ ଲାଗିବା ଘଟଣାରେ ୩ ରେଳ ବିଭାଗ କର୍ମଚାରୀ ମୃତ – ସମସ୍ତ ଯାତ୍ରୀ ସୁରକ୍ଷିତ – ୨ ଷ୍ଟେସନମାଷ୍ଟର ନିଲମ୍ବିତ

ସମଲେଶ୍ୱରୀ ଏକ୍ସପ୍ରେସ ଧାରଣାଚ୍ୟୁତ ଓ ନିଆଁ ଲାଗିବା ଘଟଣାରେ ୩ ରେଳ ବିଭାଗ କର୍ମଚାରୀ ମୃତ – ସମସ୍ତ ଯାତ୍ରୀ ସୁରକ୍ଷିତ – ୨ ଷ୍ଟେସନମାଷ୍ଟର ନିଲମ୍ବିତ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ରାୟଗଡ଼ା, ହାୱଡ଼ା- ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଧାରଣାଚ୍ୟୁତ ହୋଇଛି ଓ ପରେ ପରେ ନିଆଁ ଲାଗିଯାଇଥିଲା । ମିଳିଥିବା ତାଜା ସୂଚନା ଅନୁସାରେ ସମଲେଶ୍ୱରୀ ଏକ୍ସପ୍ରେସ ସିଙ୍ଗାପୁର-କେଉଟାଗୁଡ଼ା ମଧ୍ୟବର୍ତୀ ସ୍ଥାନରେ ଧାରଣାଚ୍ୟୁତ ହେବା ସଙ୍ଗେ ସଙ୍ଗେ କିଛି ସମୟ ପରେ ବଗିରେ ନିଆଁ ଲାଗିଯାଇଥିଲା । ପ୍ରାୟ ୪ଟା ୫୦ ରେ ସମଲେଶ୍ୱରୀ ଏକ୍ସପ୍ରେସ ଟି ସିଙ୍ଗାପୁର-କେଉଟାଗୁଡ଼ା ମଧ୍ୟବର୍ତୀ ଜଙ୍ଗଲ ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ ର ଇଂଜିନ ଓ ଇଂଜିନକୁ ଲାଗି ଏକ ବଗି ଧାରଣାଚ୍ୟୁତ ହେବା ପରେ ନିଆଁ ଲାଗିଯାଇଥିଲା । ତେବେ ସୂଚନା ଅନୁସାରେ ସେହି ରେଳ ଧାରଣାରେ ମେଣ୍ଟେନାନ୍ସ କାର୍ଯ୍ୟ ଚାଲିଥିଲା । ହଠାତ ସେହି ଧାରଣାରେ ଛିଡ଼ା ହୋଇଥିବା ମେଣ୍ଟେନାନ୍ସ ଟ୍ରେନ୍ ରେ ରାୟଗଡ଼ା, ହାୱଡ଼ା- ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଧକା ଲାଗିଥିଲା । ଫଳରେ ମେଣ୍ଟେନାନ୍ସ କାର୍ଯ୍ୟ କରୁଥିବା ୩ ରେଳ ବିଭାଗ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ରେଳ କର୍ମଚାରୀ ହେଉଛନ୍ତି ଏସଏସଇ ସୁରେଶ, ଟେକନିସିଆନ ସୁରେଶ ଓ ଗୋøରୀ ନାଇଡ଼ୁ । ଉକ୍ତ ଟ୍ରେନ୍ ରେ ଥିବା ୧୪୮ ଯାତ୍ରୀ ସୁରକ୍ଷିତ ଥିଲେ । ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ତଳକୁ ଯିବା ପାଇଁ ବସ ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣାରେ ଉସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ଷ୍ଟେସନମାଷ୍ଟରଙ୍କୁ ନିଲମ୍ବିତ କରାଯିବା ସହିତ ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ସିକ୍ୟୁରିଟି କମିଶନର ଏହାର ତଦନ୍ତ କରିବେ । ରାୟଗଡ଼ା ଜିଲାପାଳ ଓ ଏସପି ଘଟଣା ସ୍ଥଳରେ ପହଂଚିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *