କେନ୍ଦ୍ରାପଡା, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ଜଣେ ମା’ର ଦ୍ୱାଦଶାହରେ ପୁଅର ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ହାଲପୁର ଗ୍ରାମର ଶୁକଦେବ ବେହୁରାଙ୍କ ପତ୍ନୀଙ୍କର ୧୨ଦିନ ତଳେ ମୃତ୍ୟୁ ହୋଇଥିଲା । ତାଙ୍କର କ୍ରୀୟାକର୍ମ କରୁଥିବା ପୁଅ ପରିକ୍ଷୀତ ବେହୁରାଙ୍କର ଗତକାଲି ରାତିରେ ୪୫ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରିକ୍ଷୀତ ଶ୍ୟାମସୁନ୍ଦରପୁର ଗଡା ନିକଟରେ ପଶୁପତି ନାମକ ଏକ ହୋଟେଲ ଖୋଲି ପରିବାର ପ୍ରତିପୋଷଣ କରୁଥିଲେ । ଓଡ଼ିଶା ସମାଚାର