Friday , September 29 2023
Breaking News
Home / ବିଶେଷ / ମଧୁବାବୁ ପେନ୍ସନ୍ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ସହାୟତା

ମଧୁବାବୁ ପେନ୍ସନ୍ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ସହାୟତା

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ‘ଫାନି’ ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା ଯଥା- ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବରେ ଗୋଟିଏ ମାସର ପେନ୍ସନ୍ ରାଶି ପ୍ରଦାନ କରାଯିବ । ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଅତିରିକ୍ତ ପେନ୍ସନ୍ ବାବଦକୁ ୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଞ୍ଜୁର କରାଯାଇଛି । ଓଡ଼ିଶା ସମାଚର

Leave a Reply

Your email address will not be published. Required fields are marked *