Wednesday , December 8 2021
Home / ବିଶେଷ / ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଶିକ୍ଷା ଓ ସ୍ୱାସ୍ଥ୍ୟପାଇଁ ‘ପେ ମାଇଁ ବିଲ’ ଅଭିଯାନ

ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଶିକ୍ଷା ଓ ସ୍ୱାସ୍ଥ୍ୟପାଇଁ ‘ପେ ମାଇଁ ବିଲ’ ଅଭିଯାନ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ସମସ୍ତଙ୍କ ପାଇଁ ଗୁଣାମô୍କ ଶିକ୍ଷା ଏବଂ ଉଚ୍ଚମାନ ମାଗଣା ସ୍ୱାସ୍ଥ୍ୟସେବା ପ୍ରାବଧାନ କରିବା ଏକ ଗଣତାନ୍ତ୍ରିକ ପ୍ରକିୟାରେ ନିର୍ବାଚିତ ସରକାରଙ୍କ ପ୍ରାଥମିକ ଦାୟୀତ୍ୱ । ଏକ ସମୃଦ୍ଧ ସମାଜ ଗଠନ ପାଇଁ ସୁସ୍ଥ ତଥା ସୁଶିକ୍ଷିତ ନାଗରିକ ମାନଙ୍କର ଆବଶ୍ୟକତା ଅଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳଙ୍କ ନିର୍ବାଚନ ଇସ୍ତାହାରରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଏକ ମୁଖ୍ୟ ପ୍ରସଙ୍ଗ କରିବାପାଇଁ ‘ଅକ୍ସଫାମ ଇଣ୍ଡିଆ’ ସହାୟତାରେ ‘ସହଯୋଗ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରି ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନେ ୧୪ଟି ନିର୍ବାଚନ ମଣ୍ଡଳୀରେ ‘ୟେସ୍ ଡ଼େମୋକ୍ରାସୀ’ ଅଭିଯାନ ଅର୍ନ୍ତଗତ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିଥିଲେ । ଏବେ ନିର୍ବାଚନ ପରବର୍ତୀ ପର୍ଯ୍ୟାୟରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ପୂର୍ବ ସରକାର କ୍ଷମତାସୀନ ହୋଇଛନ୍ତି । ନୂଆ ସରକାରଙ୍କୁ ତାଙ୍କ ପୂର୍ବ ପ୍ରତିଶୃତି ମନେପକାଇବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଲୋକମାନଙ୍କର ଅନେକ ଗୁଡ଼ିଏ ଇପ୍ସିତଏବଂ ଯର୍ଥାଥ କିନ୍ତୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇନଥିବା ଦାବୀ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ‘ୟେସ୍ ଡ଼େମୋକ୍ରାସୀ’ ଅଭିଯାନରେ ପୟାସ କରାଯାଉଛି । ଏହି ପୃଷ୍ଠଭୂମିରେ ଲୋକମାନଙ୍କ ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି କରିବାପାଇଁ ‘ସହଯୋଗ’ ସାମାଜିକ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରୁ ଆସିଥିବା ୫୦ରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ମାନବ ଶୃଙ୍ଖଳ କରାଯାଇଥିଲା । ରେଳଯାତ୍ରୀ, ପଥଚାରୀ, ସାଧାରଣ ଜନତାମାନଙ୍କ ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିଭିନ୍ନ ସରାକାରୀ ଯୋଜନା ଓ ଲୋକମାନଙ୍କର ଅଧିକାର ସମ୍ବନ୍ଧୀୟ ସଚେତନତାମୂଳକ ପ୍ରଚାର ପତ୍ର ବଂଟନ କରାଯାଇଥିଲା । ଗୁଣାତ୍ମକ ଶିକ୍ଷା ଏବଂ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସାଧାରଣ ଜନତାପାଇଁ ଅପହଂଚ ଇଲାକା ହୋଇରହିଯାଇଛି । ସରକାରଙ୍କ ନିଜସ୍ୱ ତଥ୍ୟ ଆଧାରରେ ଟିଏମଏସଟି ସଂକଳିତ ପୁସ୍ତିକା ଅନୁଯାୟୀ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚକରି ପ୍ରତିବର୍ଷ ୫% ଲୋକେ ଦାରିଦ୍ର‌୍ୟ ସୀମାରେଖା ତଳକୁ ଚାଲିଯାଉଛନ୍ତି । ସଂକ୍ରାମକ ରୋଗ ହେଉ ବା ଅଣସଂକ୍ରାମକ ସବୁଥିପାଇଁ ସାଧାରଣ ଲୋକଙ୍କ ଖର୍ଚ୍ଚ ବର୍ଷକୁ ବର୍ଷ ବଢି ଚାଲିଛି । ଗୋଟିଏ ପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଉଥିବା (ସଂମ୍ପୁର୍ଣ୍ଣା, ନିରାମୟ, ସୁନେତ୍ର,ନିଦାନ, ସ୍ୱାସ୍ଥ୍ୟବୀମା ଇତ୍ୟାଦି)ା ଅନେକ ସମ୍ମୋହକ ନାମଧାରୀ ଯୋଜନାର ଲାଭ ଲୋକମାନଙ୍କ ପାଖରେ ପହଂଚି ପାରୁନି । ସରକାର ଏଥିପାଇଁ ଦାୟୀତ୍ୱବାନ ହେବା ସହ ଅନ୍ୟ ରାଜନୈତିକ ଦଳ ଜାଗତିଆର ରହିବା ଜରୁରୀ । ଆଜି ନବଗଠିତ ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଓଡ଼ିଶାରେ ରାଜ୍ୟସ୍ତରୀୟ ‘ପେ ମାଇଁ ବିଲ୍ ‘ ଅଭିଯାନ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ରେଳଯାତ୍ରୀମାନେ ଉତ୍ସାହିତ ସାମିଲ ହେବା ସହ ଏ ପ୍ରକାର କାର୍ଯ୍ୟକ୍ରମ ସାରା ଭାରତବର୍ଷରେ କରାଯାଇପାରିଲେ ଅଧିକ ଲୋକମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହୋଇପାରନ୍ତେ ବୋଲି ମତ ପ୍ରକାଶ କରିଥିଲେ । ଏବଂ ‘ପେ ମାଇଁ ବିଲ୍’ ବା ‘ମୋ ପାଉଣା ଦିଅ’ ପତ୍ରରେ ନିଜର ନାମ, ଠିକଣା,ମୋବାଇଲ ନମ୍ବର, ସବିଶେଷ ତଥ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ, ଅକ୍ସଫାମ ଇଣ୍ଡିଆର ପ୍ରତିନିଧି ସନ୍ତୋଷ ପାତ୍ର, ସହଯୋଗ ଅନୁଷ୍ଠାନର ସଂପାଦିକା ବିଜୟଲକ୍ଷ୍ମୀ ରାଉତରାୟ, ଉପସ୍ଥିତ ଥିଲେ । ସହଯୋଗ ଅନୁଷ୍ଠାନରୁ ବିକ୍ରମ ସ୍ୱାଇଁ ଅଭିଯାନର ଶୃଙ୍ଖଳିତ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *