Sunday , July 3 2022
Home / ବ୍ୟବସାୟ ବାଣିଜ୍ୟ / ପୁଣୀଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ

ପୁଣୀଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ

ପାରାଦ୍ୱୀପ ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ପୁଣିଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ । ପାରାଦ୍ୱୀପ ତୈଳ ବିଶୋଧନାଗାର ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳର ପ୍ରାୟ ୧୭୫୨ପରିବାର ନିଜର ଚାଷ ଜମି ହରାଇଥିବା ବେଳେ ନିଜ ଭିଟାମାଟି ମଧ୍ୟ ହରାଇଛନ୍ତି । ତେବେ ଜମି ହରାଇ ଥିବା ପରିବାର ମଧ୍ୟର ଜଣଙ୍କୁ କମ୍ପାନୀ ଆରମ୍ଭ ହେବା ପରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ମଧ୍ୟ କମ୍ପାନୀ ଟାଳଟୁଳ ନିତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ଅନେକ ଥର ଜମି ହରା କୃଷକ ଏକତା ମଂଚ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରି ଆସିଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କେବଳ ପ୍ରତିଶୃତି ଛଡା କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଅଭିଯୋଗ କରିଛନ୍ତି କୃଷକ ମଂଚ । ଅନେକ ଥର କମ୍ପାନୀର ଏଭଳି ଟାଳଟୁଳ ନିତି ପାଇଁ ଶେଷରେ ସୋମବାର ଠାରୁ ମଂଚ ପକ୍ଷରୁ ଅନର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ସବୁଠାରୁ ବଡକଥା ହେଉଛି ଏହି ଆନ୍ଦୋଳନ ରେ ପାରାଦ୍ୱୀପର ରେ ଥିବା ସମସ୍ତ ଶ୍ରମିକ ନେତା ସାମିଲି ହୋଇଥିବା ଦେଖିବାକୁ ମିଳିିଛି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଅଭାବ: କ୍ଷତି ଭରଣା ପାଇଁ ଚଢା ଦରରେ ବିକ୍ରୀ ହେଉଛି ପେଟ୍ରୋଲ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାରେ ଥିବା ଅର୍ଦ୍ଧାଧିକ ପେଟ୍ରୋଲ ଟାଙ୍କିରେ ଏବେ ପେଟ୍ରୋଲ ଶୂନ୍ୟ ହୋଇଯାଇଛି । …

Leave a Reply

Your email address will not be published. Required fields are marked *