Monday , June 27 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ନନ୍ଦନକାନନରେ ପ୍ଲାଷ୍ଟିକ୍ ସଚେତନତା

ନନ୍ଦନକାନନରେ ପ୍ଲାଷ୍ଟିକ୍ ସଚେତନତା

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ କଲେଜ ଅଫ୍ ଏମ୍ଏ ଜେଏମ୍ସି ପୁରାତନ ଛାତ୍ର ସଂସଦ ପକ୍ଷରୁ ନନ୍ଦନକାନନଠାରେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନା କରାଯାଇଥିଲା । ସଂସଦର ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ପ୍ଲାଷ୍ଟିକ୍ ଭଳି ବର୍ଯ୍ୟବସ୍ତୁକୁ ଦୁରାଇ ରଖିବା ପାଇଁ ସ୍ଥାନୀୟ ଦୋକାନୀ ଓ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଥିଲା । ମାନବ ସମାଜ ସହିତ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏଥି ସହ ପ୍ଲାଷ୍ଟିକ୍ ଶାରୀରିକ ସୁସ୍ଥତା ପ୍ରତି କେତେ କ୍ଷତିକାରକ ପହଂଚାଉଛି ତାହା ଲୋକମାନଙ୍କୁ ବୁଝା ଯାଇଥିଲା । ଆଗାମୀ ଦିନରେ ଓଡ଼ିଶାରେ ପଲିଥିନ ମୁକ୍ତ ପାଇଁ ସଂସଦର ସମସ୍ତ ସଭ୍ୟ ଶପଥ ନେଇଥିଲେ । ଏଥିରେ କବିତା ଦାଶ, ସୁପ୍ରିୟା ପ୍ରୀୟଦର୍ଶନୀ, ରଘୁନାଥ ମିଶ୍ର, ଅରବିନ୍ଦ ମହାପାତ୍ର, ତ୍ରିଲୋଚନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ

ଜୁନାଗଡ଼, ୦୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ବଣ୍ଡୋଗୁଡା …

Leave a Reply

Your email address will not be published. Required fields are marked *