Saturday , October 16 2021
Breaking News
Home / ବିଶେଷ / କଟକରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କଟକରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କଟକ,୨୫/୦୬/୨୦୧୯ (ଓଡ଼ିଶା ସମାଚାର)-କଟକ ସହରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଓ ବାହୁଡା ରଥ ଯାତ୍ରା- ୨୦୧୯ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଭବାନୀଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ନୂତନ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦିନୀଚୌକ, ହରିପୁର-ଦୋଳମୁଣ୍ଡାଇ ଓ ରାଣୀହାଟଠାରେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସଂପୃକ୍ତ ରଥଯାତ୍ରା କମିଟିର କର୍ମକର୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ କାମନା କରିଛନ୍ତି । ଏହି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବୈଠକକୁ ପ୍ରଥମେ ଅଧ୍ୟକ୍ଷତା କରି ଆନନ୍ଦ ପ୍ରକାଶ କରିବା ସହିତ ରଥ ଚାଲୁଥିବା ଚାନ୍ଦିନୀଚୌକଠାରୁ କାଫଲା ଫାଣ୍ଡି, ଦୋଳମଣ୍ଡାଇଠାରୁ ସେମିନାରୀ ଛକ ଓ ରାଣୀହାଟଠାରୁ କଲେଜଛକ ୩ଟି ପବିତ୍ର ରଥଟଣା ରାସ୍ତାକୁ ଜାଇକା ଓ ପୂର୍ତ ବିଭାଗ ପକ୍ଷରୁ ଆବଶ୍ୟକ ମରାମତି କାର୍ଯ୍ୟ କରିବା, ରାସ୍ତାଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରଥଟଣା ସମୟରେ ଭକ୍ତମାନଙ୍କୁ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ବ୍ୟବସ୍ଥା, ରଥଯାଉଥିବା ରାସ୍ତାରେ ଜଳସିଂଚନ ଏବଂ ପରୁଷ ଓ ମହିଳାଙ୍କ ପାଇଁ ମୋବାଇଲ ଟଏଲେଟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସିଡିଏମସଙ୍କ ପକ୍ଷରୁ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା ସେବା ଶିବିର କରାଯିବା, ରଥଯାତ୍ରା ସମୟରେ କୌଣସି ପରିସ୍ଥିତିରେ ଯେପରି କିଛି ଦୁର୍ଘଟଣା ନହୁଏ ସେଥିପାଇଁ ଅଗ୍ନିଶମ ଓ ବିଦ୍ୟୁତ ବିଭାଗ ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସିଏମସି ପକ୍ଷରୁ ୩ଟି ରଥଯାତ୍ରା ସ୍ଥଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ରଥଟଣା ରାସ୍ତାର ମରାମତି, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଆଦି କାର୍ଯ୍ୟ କରାଯିବା ଉପରେ ନୂତନ ଭାବେ ଯୋଗଦେଇଥିବା ସିଏମସି କମିଶନର ଅନନ୍ୟା ଦାସ ପ୍ରକାଶ କରିଥିଲେ । ଉକ୍ତ ରାସ୍ତାକୁ ଝୁଲି ରହିଥିବା କେବୁଲ୍ ଓ ବିଦ୍ୟୁତ୍ ତାର ଆଦିକୁ ଉଚ୍ଚକୁ ଉଠାଯିବା, ଗଛ ଡାଳ କଟାଯିବା ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ଚଇନି ନିର୍ଦ୍ଦେଶ ଦେଇଛନ୍ତି । ରଥ ଯାତ୍ରା ସମୟରେ ସିଏମସି ପକ୍ଷରୁ ୨୪ ଘଣ୍ଟିଆ ପରିମଳ ବ୍ୟବସ୍ଥା କରାଯିବା, ସେସୁ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା ନେଇ ବୈଠକରେ ନିଷ୍ପତିି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ, ସିଡିଏମଓ ଡାକ୍ତର ବିଭୂତି ଭୂଷଣ ନାୟକ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏମ ଆର ଖାନ୍, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡ଼େଇ, ସେସୁ ନିର୍ବାହୀ ଯନ୍ତ୍ରୀ ଦୀପକ ରାଉତଙ୍କ ସମେତ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଭିକାରୀ ଦାସ, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ଦୋଳମୁଣ୍ଡାଇ ରଥଯ।।ତ୍ରା କମିଟି ପକ୍ଷରୁ ଲିଙ୍ଗରାଜ ହାତୀ ଓ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *