Friday , October 22 2021
Breaking News
Home / ରାଜନୀତି / ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୫ତମ ଶ୍ରାଦେ୍ଧାତ୍ସବରେ ସମାଜବାଦୀ ପାର୍ଟି ର ଶ୍ରଦ୍ଧାଞ୍ଜଳି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୫ତମ ଶ୍ରାଦେ୍ଧାତ୍ସବରେ ସମାଜବାଦୀ ପାର୍ଟି ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶାର ରାଜନୈତିକ ସନ୍ଥ, ଦରଦୀ ଜନନେତା, ସର୍ବୋଦୟ ଆନ୍ଦୋଳନର ପୁରୋଧା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୫ତମ ସ୍ମୃତି ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିଧାନସଭା ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ସମେତ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ ଓ ବରିଷ୍ଠ ନେତା ବିଜୟ ବେହେରା ପ୍ରମୁଖ ସ୍ୱର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସ୍ୱର୍ଗତ ଚୌଧୁରୀ ନିଜର ସାଥୀ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ, ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହିତ ମିଶି ୧୯୩୪ ମସିହାରେ ରାଜ୍ୟରେ ଭାଗଚାଷୀମାନଙ୍କ ଅଧିକାର ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ । ‘ଲଙ୍ଗଳ ଯାହାର ଜମି ତାହାର’ ସ୍ଲୋଗାନ୍ ଦେଇ ଲଢେଇ ଆରମ୍ଭ କରିଥିଲେ । କିନ୍ତୁ ଆଜି ୮୫ ବର୍ଷ ବିତି ଯାଇଥିଲେ ହେଁ ରାଜ୍ୟର ଭାଗଚାଷୀମାନେ ତାଙ୍କ ଅଧିକାର ପାଇପାରି ନାହାଁନ୍ତି । ଏହି ଲଢେଇକୁ ଆଗେଇନେଲେ ତାହାହିଁ ନବକୃଷ୍ଣ ଚୌଧୁରୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସଭାପତି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

       ମମିତା ମେହେର ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ସହ ରାଜ୍ୟ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରାଯିବା ସହ …

Leave a Reply

Your email address will not be published. Required fields are marked *