Wednesday , January 19 2022
Breaking News
Home / ବିଶେଷ / ଅଙ୍ଗନବାଡ଼ିକେନ୍ଦ୍ର ଜମି ଜବରଦଖଲ, ଉଚ୍ଛେଦ ଦାବି

ଅଙ୍ଗନବାଡ଼ିକେନ୍ଦ୍ର ଜମି ଜବରଦଖଲ, ଉଚ୍ଛେଦ ଦାବି

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ଟଙ୍କପାଣି ରୋଡ଼୍ ଚିଲିପୋଖରି ନିକଟ ଶିବ ନଗର ଅଂଚଳରେ ଅଙ୍ଗନବାଡ଼ିକେନ୍ଦ୍ର ପାଇଁ ଥିବା ଜମି ଜବର ଦଖଲ ହୋଇଛି । ଏନେଇ ବିଏମ୍ସି, ବିଡିଏ, ନଗର ଉନ୍ନୟନ ବିଭାଗ ସଚିବଙ୍କ ପାଖରେ ଅଭିଯୋଗ ହେବା ସହ ସେଠାରେ ୧୪୪ଜାରି କରାଯାଇଥିଲେ ମଧ୍ୟ ଜବର ଦଖଲ ଚାଲୁ ରହିଛି । ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ସେଠାରେ ନିଶା ବେପାର ଯୋଗୁଁ ବିଭିନ୍ନ୍ ନିଶାଗ୍ରସ୍ତ ଲୋକଙ୍କ ଭିଡ଼ ଯୋଗୁଁ ରାସ୍ତା ଜାମ ରହୁଛି । ଏହା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ସେଠାରେ ଦୟା ୱେଷ୍ଟ କେନାଲ କଡ଼ରେ ଥିବା ସରକାରୀ ଜମିରେ ଅଙ୍ଗନ ବାଡ଼ି କେନ୍ଦ୍ର ହେବା ପାଇଁ ପ୍ରସ୍ତାବ ରହିଥିବା ବେଳେ କିଛି ନିଶାରୁ ଗୁଜୁରାଣ ମେଂଟାଉଥିବା ଲୋକ ଏହାକୁ ଜବର ଦଖଲ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏନେଇ ବିଭିନ୍ନ ସରକାରୀ ଦପ୍ତରରେ ଅଭିଯୋଗ କରିବା ସହ ସ୍ଥାନୀୟ ଯୁବକ ନରେନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ହୋଇଥିବା ମାମଲାରେ ପୋଲିସ ୧୪୪ଧାରା ଲାଗୁ କରିଥିଲା । ତେବେ ଏବେ ପୁଣି ଜବର ଦଖଲ ହେଉଥିବା ବେଳେ କେହି ଶୁଣୁ ନାହଁନ୍ତି । ଏଥି ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶିବ ନଗର ଯୁଥ୍ ଫୋରମ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *