Saturday , September 25 2021
Breaking News
Home / ସ୍ୱାସ୍ଥ୍ୟ / ରୋଗୀ କଲ୍ୟାଣ ସମିତି ବୈଠକ

ରୋଗୀ କଲ୍ୟାଣ ସମିତି ବୈଠକ

ସାକ୍ଷୀଗୋପାଳ,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ସାକ୍ଷୀଗେ।।ପଳ ବ୍ଲକ୍ ଅନ୍ତର୍ଗତ ଗବକୁଣ୍ଡ ଓ ପାଣିଛତ୍ର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରବିବାର ୩ୟ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭ୍ୟ ତଥା ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଧ୍ରୁବଚରଣ ଦାଶ ଦୁଇଟି ଯାକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ ଅଧ୍ୟକ୍ଷ ଓ ଅତିଥିମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ବିବରଣୀ ପାଠ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧିତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାରଙ୍ଗଯୋଡ଼ିଠାରେ ନିର୍ମାଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ନଯିବା ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଦାଶ ପ୍ରଶ୍ନ ଉଠାଇଥିଲେ । ଏଥିସହ ଯେଉଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି ସେମାନେ ଯଦି ସାତଦିନ ମଧ୍ୟରେ ଯୋଗନଦିଅନ୍ତି ସେମାନଙ୍କ ବିରୁଦ୍ଧରେ ଅଳଗୁମ ମେଡିକାଲ ଇନ୍ଚାର୍ଯ୍ୟ ଦାୟିତ୍ୱରେ ଥିବା ତଥା ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଯ୍ୟ ଡା.ବାସନ୍ତୀ ଦେବୀ ସିଡିଏମ୍ଙ୍କୁ ପତ୍ର ଲେଖିବା ପାଇଁ ଏଥିରେ ସ୍ଥିର କରାଯାଇଥିବା ଜଣାଯାଇଛି । ଏତଦ୍ବ୍ୟତୀତ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ ଓ ଏମ୍ପି ପିନାକୀ ମିଶ୍ରଙ୍କୁ ଜଣାଇବା ନିମନ୍ତେ ନିଷ୍ପତିି ନିଆଯାଇଛି । ସେହିପରି ଏଠାକୁ ସପ୍ତାହକୁ ଦୁଇଦିନ ଜଣେ ଡାକ୍ତରଙ୍କୁ ଡେପୁଟିସନ୍ରେ ଡା. ଦେବୀ ପଠାଇବାକୁ ଶ୍ରୀ ଦାଶ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଉକ୍ତ ଅଂଚଳଟି ସତ୍ୟବାଦୀ ବ୍ଲକ୍ ହୋଇଥିବାବେଳେ ନିମାପଡ଼ା ଆର୍ଡ ଅଧୀନରେ ରହିଛି । ତେବେ ଉକ୍ତ ବୈଠକରେ ବିଭାଗୀୟ ଜେଇ କିମ୍ବା ଏସ୍ଡିଓ ଅନୁପସ୍ଥିତ ଥିବାରୁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ କ୍ଷୋଭ ପ୍ରକାଶ କରିଥିଲେ । ‘ଫାନି’ ବାତ୍ୟାରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କ୍ଷୟକ୍ଷତି ସମ୍ପର୍କିତ କୌଣସି ରିପୋର୍ଟ ମିଳିନଥିବା ବିଡିଓ କହିଥିଲେ । ବାତ୍ୟା ପରେ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଛି, ଏଣୁ ଉକ୍ତ ଅଂଚଳକୁ ତୁରନ୍ତ ଭ୍ରାମ୍ୟମାଣ ଗାଡ଼ି ପଠାଇ ଚିକିତ୍ସା କରିବାକୁ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାଶ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ସତ୍ୟରଞ୍ଜନ ରଥ, ସୌମିତ୍ରୀ ମହାନ୍ତି, ବିଇଓ କ୍ଷେତ୍ରମଣି ସେଠୀ, ଫାର୍ମାସିଷ୍ଟ ପ୍ରଭାତ ପାଇକରାୟ, ରାଜଶ୍ରୀ ନାୟକ, ବିପିଓ ଜ୍ୟୋତିରଞ୍ଜନ ଶତପଥୀ ଏବଂ ସ୍ୱାସ୍ଥ୍ୟକର୍ମୀ ସୁଲୋଚନା ସାଥୁଆ, ଗଙ୍ଗାଧର ପଣ୍ଡା, ଉପେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ଜଣ ଶିଶୁ ଆକ୍ରାନ୍ତ – ୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *