ସମ୍ବଲପୁର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ସମ୍ବଲପୁର ରେଳଡିଭିଜନ ଅନ୍ତର୍ଗତ ଟିଟିଲାଗଡ଼ ସେକ୍ସନର ଦୋହରୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ସକାଶେ ଏହି ରେଳପଥ ଦେଇ କେତୋଟି ରେଳ ଚଳାଚଳରେ ପରିବର୍ତନ କରାଯାଇଛି । ଆସନ୍ତା ଜୁଲାଇ ୨ ତାରିଖ ଯାଏଁ ରାୟପୁର-ଜୁନାଗଡ଼ ଓ ୩ ତାରିଖ ଯାଏଁ ଜୁନାଗଡ଼-ରାୟପୁର ପାସେଞ୍ଜର, ଜୁଲାଇ ୧ ତାରିଖ ଯାଏଁ ଟିଟିଲାଗଡ଼-ରାୟପୁର, ଜୁଲାଇ ୨ ତାରିଖ ଯାଏଁ ରାୟପୁର-ଟିଟିଲାଗଡ଼ ପାସେଞ୍ଜରକୁ ବାତିଲ କରାଯାଇଥିବା ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ସୂଚିତ କରାଯାଇଛି । ଓଡ଼ିଶା ସମାଚାର