ପୁରୀ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗତ ଦେବସ୍ନାନ ପୂର୍ଣ୍ଣୀମାରେ ସ୍ଥାନୀୟ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ସ୍ନାନ ମଣ୍ଡପ ବା ସ୍ନାନ ଦେବୀକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ହୋଇଥିବା ଅଭିଯୋଗ ଉପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ବିଧାୟକ କହିଛନ୍ତି ସେ ସ୍ନାନ ବେଦୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି । ସେଠାକୁ ଯିବା ପାଇଁ ତାଙ୍କୁ କେହି ବାରଣ କରିନଥିଲେ । ଓଡ଼ିଶା ସମାଚାର