Saturday , August 20 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ

ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ

ବଲାଙ୍ଗୀର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ । ଗତ ଜୁନ୍ ୬ ତାରିଖରେ ଏକ ରାସ୍ତାର କାର୍ଯ୍ୟ ନିମ୍ନ ମାନର ହୋଇଥିବା ଜନସାଧାରଣଙ୍କ ଅଭିଯୋଗରେ ଆଇନ କୁ ହାତକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ରାସ୍ତାରେ ୧୦୦ ଥର ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆସନ୍ତା ୨୫ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୨୬ ତାରିଖରେ ଆଦିବାସୀ ସଂଘ ବିଧାନସଭା ଘେରାଉ କରିବା ପାଇଁ ଧମକ ଦେଇଥିଲା । ଆଜି ସକାଳୁ ସକାଳୁ ପୋଲିସ୍ ଶ୍ରୀ ମେହେରଙ୍କୁ ପାଟଣାଗଡ଼ ରୁ ଆଣି ବଲାଙ୍ଗୀରର କୌଣସି ଏକ ଗୁପ୍ତ ସ୍ଥାନରେ ରଖି ପଚରା ଉଚୁରା କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ …

Leave a Reply

Your email address will not be published.