Monday , September 25 2023
Breaking News
Home / ବିଶେଷ / ରାଜ୍ୟସଭା ପାଇଁ ୩ ଜଣ ନାମାଙ୍କନପତ୍ର ଦାଖଲ

ରାଜ୍ୟସଭା ପାଇଁ ୩ ଜଣ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ୩ ଜଣ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡ଼ିର ପ୍ରାର୍ଥୀଭାବେ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ନାନାଙ୍କନପତ୍ର ଦାଖଲ କରିଥିବାବେଳେ ଅଶ୍ୱିନୀ ବୈଷ୍ଣବ ବିଜେପିର ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସସ୍ମିତ ପାତ୍ର ପ୍ରତାପ ଦେବ ଙ୍କ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି , ଯାହାର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ । ସେହିପରି ଅମର ପଟ୍ଟନାୟକ ଅଚ୍ୟୁତ ସାମନ୍ତ ଙ୍କ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି , ଯାହାର କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି , ଯାହାର କାର୍ଯ୍ୟକାଳ ୨୦୨୪ ରେ ଶେଷ ହେବ । ତେବେ ଅଶ୍ୱିନୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡ଼ି ସମର୍ଥନ ଦେଉଛି । ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଂଚ କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *