Friday , September 22 2023
Breaking News
Home / ରାଜନୀତି / ‘ବିଜେଡି-ବିଜେପିର ଅଘୋଷିତ ମେଂଟ’

‘ବିଜେଡି-ବିଜେପିର ଅଘୋଷିତ ମେଂଟ’

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟସଭା ନିର୍ବାଚନ ଓ ପାଟକୁରା ଉପନିର୍ବାଚନ ଜରିଆରେ ବିଜେଡି-ବିଜେପି ମଧ୍ୟରେ ଗଢି ଉଠିଥିବା ଅଘୋଷିତ ମେଂଟ କ୍ରମେ ପ୍ରକାଶ ପାଉଛି ବୋଲି ସିପିଆଇ(ଏମ୍) ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ସେ କହିଲେ ଯେ ନିର୍ବାଚନ ପରବର୍ତୀ କାଳରେ ବିଜେଡି-ବିଜେପି ମଧ୍ୟରେ ନୀତିହୀନ ମେଂଟ ଗଢ଼ିଉଠିବ ବୋଲି ଆମେ କହିଥିଲୁ । ତାହା ସ୍ପଷ୍ଟ ହୋଇଛି । ଲୋକସଭା ବାଚସ୍ପତି ନିର୍ବାଚନ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉପରେ ବିଜେପିର ପ୍ରସ୍ତାବକୁ ବିଜେଡି ପୂର୍ଣ୍ଣପ୍ରାଣରେ ସମର୍ଥନ କରିଛି । ଏହି ଅଘୋଷିତ ମେଂଟର ସୂତ୍ରପାତ କରାଇଛି । ଏବେ ରାଜ୍ୟସଭାର ତିନୋଟି ଆସନ ନିର୍ବାଚନ କ୍ଷେତ୍ରରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରିଛି । ଉଭୟଙ୍କ ଭିତିରି ସମ୍ପର୍କ ଲୋକଲୋଚନକୁ ଆସିଛି । ପାଟକୁରା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରିବ ବୋଲି ମଧ୍ୟ ସ୍ପଷ୍ଟ ହୋଇଗଲାଣି ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *