କେନ୍ଦ୍ରାପଡା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ଫଣିରେ କ୍ଷତିଗ୍ରସ୍ତ ଟେଲିଫୋନ୍ ଟାୱାରର ପୁନରୁଦ୍ଧାର ପାଇଁ ଏକ ସମୀକ୍ଷା ବୈଠକ ଜିଲାପାଳ ପ୍ରେମଚନ୍ଦ୍ର ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବେଠକରେ ଜିଲାର ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଟେଲିଫୋନ୍ ଟାୱାର ସଂଖ୍ୟା ଓ ସେମାନଙ୍କ ମଧ୍ୟରୁ କ୍ଷତିଗ୍ରସ୍ତ ହୋଇଥିବା ଟାୱାର ଗୁଡିକ ତୁରନ୍ତ ମରାମତି ପାଇଁ ଆଲୋଚନା ହୋଇଥିଲା । ଏ ନେଇ ତୁରନ୍ତ ରିପୋର୍ଟ ପ୍ରଦାନ ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା, ସହକାରୀ ଜିଲାପାଳ ବିକ୍ରମ କେଶରୀ ପରିଡା, ଆର୍. ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି ଏବଂ ବିଏସ୍ଏନ୍ଏଲ୍ର ଏସ୍ଡିଓ କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୈାର ନିର୍ବାହୀ ଅଧିକାରୀଙ୍କ ସହିତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର