Thursday , December 8 2022
Breaking News
Home / ନିର୍ବାଚନ / ପାଟକୁରା ଠାରେ ବିଜେଡିର ଦଳୀୟ କର୍ମୀ ସମାବେଶ

ପାଟକୁରା ଠାରେ ବିଜେଡିର ଦଳୀୟ କର୍ମୀ ସମାବେଶ

                                            ସମୃଦ୍ଧ ପାଟକୁରା ଗଠନ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ
ପାଟକୁରା ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ଥିବା ବିଜୁ ଜନତା ଦଳ ସରକାର ଜମିକୁ ଜଳ,ଚାଷୀଙ୍କୁ ବଳ ଓ ମହିଳା ମାନଙ୍କ ପାଇଁ ରୋଜଗାର ଯୋଗାଇଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଟକୁରା ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମାବେଶରେ ଯୋଗ ଦେଇ ପ୍ରକାଶ କରିଛିନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହୁରୀ ମଧ୍ୟ କହିଛନ୍ତିି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଅଗ୍ରଧିକାର ଦେଇଛନ୍ତି, ମା’ ମାନେ ଆଗକୁ ଆସିଲେ ସାମାଜିକ ପରିବର୍ତନ ହୋଇଥାଏ । ସମୃଦ୍ଧ ପାଟକୁରା ଗଢିବା ପାଇଁ ପାଟକୁରାରେ ହେବାକୁ ଥିବା ଆଗାମୀ ଉପ ନିର୍ବାଚନରେ ବିଜେଡି ପକ୍ଷରୁ ଦିଆଯାଇଥିବା ମହିଳା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିପୁଳ ସମର୍ଥନ ଜଣାଇବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଦଳୀୟ କର୍ମକର୍ତାମାନଙ୍କୁ ଆହ୍ନାନ ଦେଇଥିଲେ । ସେ ମଧ୍ୟ ଆହୁରି କହିଥିଲେ ଯେ ବିଜେଡି ସରକାର ଲୋକାଭିମୁଖୀ ଯୋଜନାମାନ କରୁଥିବାବେଳେ, କଂଗ୍ରେସ ଶୋଷଣ କରିଛି,ବିଜେପି ଭାଷଣ ଦେଉଛି ଓ ବିଜେଡି ନିର୍ମାଣ କାମ କରୁଛି । ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମେଲଣ ପଡିଆ ଠାରେ ଆୟୋଜିତ ବିଜୁ ଜନତା ଦଳର କର୍ମୀ ସମାବେଶରେ ଗରଦପୁର ବ୍ଲକ ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି ସଭାପତିତ୍ୱ କରିଥିବାବେଳେ,ପାଟକୁରାର ଦଳୀୟ ପର୍ଯ୍ୟବେକ୍ଷକ ତଥା କୋରେଇ ବିଧାୟକ ଅଶୋକ ବଳ ଯୋଗ ଦେଇ ସମୃଦ୍ଧ ପାଟକୁରା ଗଠନ କରିବାରେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଏଠାରେ ଦିଆଯାଇଥିବା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସମର୍ଥନ ଜଣାଇବା ପାଇଁ ଅନୁଷ୍ଠିତ ସଭାରେ ଦଳୀୟ କର୍ମୀମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ବିଧାନସଭା ଆସନ ପାଇଁ ବିଜୁଜନତା ଦଳ ପକ୍ଷରୁ ଘୋଷିତ ହୋଇଥିବା ଦଳୀୟ ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦଳ ଓ ନିଜ ସପକ୍ଷରେ ସମର୍ଥନ ପାଇଁ ଦଳୀୟ କର୍ମୀମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ସଞ୍ଜୟ କୁମାର ଅଗ୍ରୱାଲ,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରାଜେଶ ଦାସ,ରାଜ୍ୟ ବିଜୁ ଛ୍ରତ୍ର ଜନତା ଦଳର ଉପ-ସଭାପତି ରାକେଶ ମହାପାତ୍ର,ଗରଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା,ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଦିପ୍ତିକାନ୍ତ ପରିଜା,ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ , ସମିତି ସଭ୍ୟା ମମତା ମଲ୍ଲିକ,ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କର ବହୁବିଧ ଯୋଜନା,ବିଗତ ବର୍ଷମାନଙ୍କରେ ପାଟକୁରା ଅଂଚଳରେ କରାଯାଇଥିବା ଉନ୍ନତି,ମହିଳାମାନଙ୍କ ପାଇଁ ଏସ୍ଏଚ୍ଜି ଗଠନ ମାଧ୍ୟମରେ ରୋଜଗାରର ପନ୍ଥା ବାହାରିଥିବା ସମ୍ପର୍କରେ କହିବା ସହିତ ଆସନ୍ତା ଉପ ନିର୍ବାଚନରେ ଦଳୀୟ ପ୍ରୀର୍ଥୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ନାନ ଜଣାଇଥିଲେ । ଏହି ସଭାରେ ଶତକଡା ୯୦ ଭାଗ ମହିଳାମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା । ଏହି ଅବସରରେ ସଭାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗତ୨୦୧୪ ନିର୍ବାଚନରେ ଦଳକୁ ମିଳିଥିବା ଭୋଟ ହାର ସହ÷ିତ ଗତ ନିର୍ବାଚନରେ ମିଳିଥିବା ଭୋଟ ହାରର ଏକ ତୁଳନାତ୍ମକ ସମିକ୍ଷା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.