Monday , October 18 2021
Breaking News
Home / ସ୍ୱାସ୍ଥ୍ୟ / ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମୀକ୍ଷା ବୈଠକ

ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସମୀକ୍ଷା ବୈଠକ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଏହି ବୈଠକରେ ଜିଲାର ସ୍ୱାସ୍ଥ୍ୟସେବା କିଭଳି ସର୍ବସାଧାରଣଙ୍କ ନିକଟରେ ସଫଳଭାବେ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଏହାସହ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇ ଏଭଳି ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଚିକିତ୍ସା ସେବା ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା । ପ୍ରତିମାସରେ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରୁ ମାସକୁ ୩ଦିନ ମାନସିକ ରୋଗ ବିଶେଷଜ୍ଞ ଡାକ୍ତରମାନେ କେନ୍ଦ୍ରାପଡା ଚିକିତ୍ସାଳୟକୁ ଆସୁଥିବାରୁ ମାନସିକ ରୋଗୀମାନେ ଏହାର ସୁବିଧା ନେବାପାଇଁ ଆଲୋଚନା କରାଯାଇଥିଲା । ଏହାସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ୪୧ଗୋଟି ହେଲ୍ଥ ୱେଲ୍ନେସ୍ ସେଂଟରରେ ସମସ୍ତ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବାରୁ ଏହାକୁ ଲୋକାଭିମୁଖୀ କରିବା ପାଇଁ ଯୋଜନା କରାଯାଇଥିଲା । ୧୦୨ ଓ ୧୦୮ ଆମ୍ବୁଲାନ୍ସର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରାଯାଇ ଚାଳକଙ୍କ ବିରୁଦ୍ଧରେ କୈାଣସି ପ୍ରକାର ଅଭିଯୋଗକୁ ଭବିଷ୍ୟତରେ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ସେହିଭଳି ଚିକିତ୍ସାଳୟ ପରିସର ଓ ପ୍ରସୂତୀ ଗୃହକୁ ପରିଷ୍କାର ରଖି ଅନ୍ୟ ଜିଲାରେ ଥିବା ସ୍ୱାସ୍ଥ୍ୟ ବିଭାଗ କାୟାକଳ୍ପ ଓ ଲକ୍ଷ୍ୟ ପୁରସ୍କାର ପାଉଥିବାବେଳେ କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ଏହାର ସୁବିଧା ନେଇପାରିନଥିବାରୁ କ୍ଷୋଭ ପ୍ରକାଶ କରାଯାଇ ଅଧିକ ଦୃଷ୍ଟି ଦେବାକୁ ଆଲୋଚନା କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ, ଡା ମିର୍ଜାବାବର ବେଗ, ଡିପିଏମ୍ ପ୍ରକାଶ ବାନାର୍ଜୀ, ପରିଚାଳକ ସୁବାଶିଷ ସାଠୁଆଙ୍କ ସହିତ ସମସ୍ତ ସିଏଚ୍ସି ଓ ପିଏସ୍ସି ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଡାଟା ମ୍ୟାନେଜରଙ୍କ ସହିତ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମେରୁଦଣ୍ଡ ରୋଗ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଶୀଘ୍ର ଚିକିତ୍ସା କରିବା ଅତ୍ୟନ୍ତ ଜରୁରି ଅଟେ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ବାର୍ଦ୍ଧକ୍ୟ ପ୍ରକ୍ରିୟା ହେତୁ ସାଧାରଣ ଟିସୁ ଗଠନ ଏବଂ କାର୍ଯ୍ୟର କ୍ଷୟକୁ ଡିଜେରେଟିଭ୍ ରୋଗ ବୋଲି କୁହାଯାଏ …

Leave a Reply

Your email address will not be published. Required fields are marked *