Friday , September 29 2023
Breaking News
Home / ବିଶେଷ / ଜଳବାୟୁ ପରିବର୍ତନ ସଂକ୍ରାନ୍ତ ଆଲୋଚନାଚକ୍ର

ଜଳବାୟୁ ପରିବର୍ତନ ସଂକ୍ରାନ୍ତ ଆଲୋଚନାଚକ୍ର

                                                ସମୁଦ୍ର କୂଳରେ ହେନ୍ତାଳ ବନ ସୃଷ୍ଟି ଉପରେ ଗୁରୁତ୍ୱ
କେନ୍ଦ୍ରାପଡା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବଙ୍ଗୋପସାଗରରେ ଜଳବାୟୁ ପରିବର୍ତନ ଯୋଗୁଁ ଜଳଚର ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେଉଛନ୍ତି । ତେଣୁ ସମୁଦ୍ର କୂଳେ କୂଳେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ମୃତିକା କ୍ଷୟରୁ ରକ୍ଷାପାଇବ ଏବଂ କୂଳରେ ବସବାସ କରୁଥିବା ଲୋକେ ବାତ୍ୟା ବିପର୍ଯ୍ୟୟରୁ ରକ୍ଷା ପାଇପାରିବେ । ଏ ସମ୍ପର୍କରେ ଶନିବାର ସ୍ଥାନୀୟ ବିନାୟକ ପ୍ୟାଲେସ୍ରେ ବଙ୍ଗୋପସାଗରର ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ସହ ହେନ୍ତାଳ ବଣ ସୃଷ୍ଟି ପାଇଁ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ ଲାଗି ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର କେ. ନାଗେଶ୍ୱର ରାଓ କହିଲେ, ଜଳବାୟୁ ପରିବର୍ତନ ପାଇଁ ପାରିପାଶ୍ୱିର୍କ ପରିବେଶ ଏବଂ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କ ହେନ୍ତାଳ ବନ କାଟିବା ଯୋଗୁ ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏଥିପାଇଁ କୁମ୍ଭୀର,କଇଁଚ ଏବଂ ବିଭିନ୍ନ ଜଳଚର ପ୍ରାଣୀ କିଭଳି ପ୍ରଭାବିତ ହେଉଛନ୍ତି ସେ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ହେନ୍ତାଳ ଜଳବାୟୁ ପରିବର୍ତନ ସଂକ୍ରାନ୍ତ ଆଲୋଚନାଚକ୍ର ବନକୁ ସୁରକ୍ଷା ଦେଲେ କିଭଳି ବଙ୍ଗୋପସାଗରରେ ବାତ୍ୟା କିମ୍ବା ସୁନାମି ଆସିପାରିବ ନାହିଁ ସେ ସମ୍ପର୍କରେ ମଧ୍ୟ ସେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ବସୁନ୍ଧରା’ସଂଗଠନର ଡଃ ହେମନ୍ତ କୁମାର ସାହୁ ଏବଂ କେନ୍ଦ୍ରାପଡା ନେଚରସ୍ କ୍ଲବର ବିରଜା ପତି ମଧ୍ୟ ଭାଷଣ ଦେଇଥିଲେ । ଅପରାହ୍ଣ ଅଧିବେଶନରେ ସଂଗଠନର ଆବାହକ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମ୍ବାଦିକ ଆଶିଷ ସେନାପତି, ପ୍ରିୟ ରଞ୍ଜନ ସାହୁ, ବାସୁଦେବ ମହାପାତ୍ର, ବିଘ୍ନେଶ୍ୱର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *