Saturday , August 20 2022
Breaking News
Home / ତାଜା ଖବର / ଚୋରା ବନ୍ଧୁକ ଜବତ, ୩ ଗିରଫ

ଚୋରା ବନ୍ଧୁକ ଜବତ, ୩ ଗିରଫ

ଚୌଦ୍ୱାର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଚୌଦ୍ୱାର ପୁଲିସ ଡକାୟତି ଉଦ୍ୟମ ଅଭିଯୋଗରେ ରବିବାର ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ସାମଲ ସାହିର ଚିତରଞ୍ଜନ ଦାସ, ମିଟୁ ସାମଲ ଓ ଆନନ୍ଦ ସାମଲ । ମିଳିଥିବା ସୂଚନାନୁଯାୟୀ, ଗତକାଲି ଆଗ୍ରାହାଟର ଶଙ୍କରପୁର ରାସ୍ତାରେ ୩ ଜଣ ଯୁବକ ଡକାୟିତ ଉଦ୍ୟମ କରୁଥିବା ନେଇ ଚୌଦ୍ୱାର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପୁଲିସ ସେଠାରେ ପହଂଚି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କାବୁ କରିବା ସହ ଖାନତଲାସ କରିଥିଲା । ଏହି ସମୟରେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଏକ ସ୍କୁଟର ଜବତ କରିଥିଲା । ଏହି ସମସ୍ତ ଅଭିଯୁକ୍ତଙ୍କ ନାମରେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି ଓ ଚୋରି ଭଳି ସଙ୍ଗିନ ଅଭିଯୋଗ ରହିଥିବା ଜଣାପଡ଼ିଛି । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଆର୍ମସ୍ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ …

Leave a Reply

Your email address will not be published.