Friday , October 22 2021
Breaking News
Home / ତାଜା ଖବର / ଗୋପ ଛକରେ ଟ୍ରକ ଦୁର୍ଘଟଣା

ଗୋପ ଛକରେ ଟ୍ରକ ଦୁର୍ଘଟଣା

କେନ୍ଦ୍ରାପଡା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ୫ନମ୍ବର (କ) ଜାତୀୟ ରାଜପଥରେ ଗୋପଛକ ପାଖରେ ଏକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପଛରୁ ଅନ୍ୟଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ପଛ ଟ୍ରକର ବିଶେଷଭାବେ କ୍ଷତି ହୋଇଛି । କକ୍ରାବିନ ଭିତରୁ ଡ୍ରାଇଭର ବାହାରି ନ ପାରିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ କଟର ଯୋଗେ କେବିନ କଟାଯାଇ ଡ୍ରାଇଭରକୁ ବାହାର କରାଯାଇଥିବା ବେଳେ ଜେସିବି ସାହାଯ୍ୟରେ ଦୁର୍ଘଟଣାଗସ୍ତ ପଛ ଟ୍ରକଟିକୁ ରାସ୍ତା ତଳକୁ ନିଆଯାଇଥିଲା । ପଛଟ୍ରକ ଡ୍ରାଇଭରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଟାଉନଥାନା ପୁଲିସ ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *