Saturday , September 25 2021
Breaking News
Home / କ୍ରୀଡ଼ା / ଏସିଆ ରଗ୍ବୀ ଚାମ୍ପିଅନ୍ଶିପ୍ : ଭାରତର ଐତିହାସିକ ବିଜୟ

ଏସିଆ ରଗ୍ବୀ ଚାମ୍ପିଅନ୍ଶିପ୍ : ଭାରତର ଐତିହାସିକ ବିଜୟ

ମାନିଲା, ୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି): ଭାରତୀୟ ମହିଳା ରଗବୀ ଦଳ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ଏସିଆ ରଗବୀ ମହିଳା ଚାମ୍ପିଅନ୍ଶିପ୍ ଡିଭିଜନ୍ ୧ରେ ବିଜୟ ହାସଲ କରି ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । ଏହି ବିଜୟ ଭାରତୀୟ ମହିଳା ଦଳ ପାଇଁ ଐତିହାସିକ ବିଜୟ । ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଶକ୍ତିଶାଳୀ ସିଙ୍ଗାପୁରକୁ ୨୧-୧୯ ପଏଂଟରେ ହରାଇଛି । ବିଜୟ ସହ ଭାରତ ପଦକ ଜିତିବା ନିଶ୍ଚିତ କରିଛି । ସୁମିତ୍ରା ନାୟକ ଏକ ପେନାଲ୍ଟିରେ ପଏଂଟ ହାସଲ କରି ଭାରତକୁ ଅନ୍ତିମ ସମୟରେ ବିଜୟୀ କରାଇଥିଲେ ।
ଆରମ୍ଭରୁ ସ୍ୱିଟି କୁମାରୀ ପ୍ରଥମାର୍ଦ୍ଧରେ ଦୁଇଟି ସ୍କୋର କରିଥିଲେ । ପୂର୍ବରୁ ଫିଲିପାଇନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ମଧ୍ୟ କୁମାରୀ ଦୁଇଟି ସ୍କୋର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା …

Leave a Reply

Your email address will not be published. Required fields are marked *