Wednesday , October 27 2021
Breaking News
Home / ନିର୍ବାଚନ / ସସ୍ମିତ ଓ ଅମର ନାମାଙ୍କନ ଦାଖଲ କରିବେ କାଲି

ସସ୍ମିତ ଓ ଅମର ନାମାଙ୍କନ ଦାଖଲ କରିବେ କାଲି

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା କାଲି ସୋମବାର ଜୁନ ୨୪ ତାରିଖରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନପତ୍ର ଦାଖଲ ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ଣ ୧ ଘଟିକା ସମୟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।
ଜୁଲାଇ ୫ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତିନୋଟି ଆସନ ପାଇଁ ଉପ-ନିର୍ବାଚନ ଥିବାରୁ ପୃଥକ ପୃଥକ ବିଜ୍ଞପ୍ତି ଜାରି ହୋଇଛି । ତେବେ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି । ସେହିପରି ୨୬ ତାରିଖ ନାମାଙ୍କନପତ୍ର ଯାଂଚ କରାଯିବାକୁ ଥିବାବେଳେ ୨୮ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଭାବେ ସ୍ଥିର କରାଯାଇଛି । ଜୁଲାଇ ୫ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯିବ । ସେହିପରି ୯ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା ହେବ । ଓଡ଼ିଶା ସମାଚାର

About admin

Check Also

ସଂରକ୍ଷଣରେ ପଛୁଆବର୍ଗ ନିରାଶ,୨୦୧୭ ଠାରୁ ଵି କମ୍

କଟକ ସଦର, ୦୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିର୍ଵାଚନରେ ପଛୁଆବର୍ଗଙ୍କ ପାଇଁ ଅଧିକ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାର …

Leave a Reply

Your email address will not be published. Required fields are marked *